ଓଡିଶା

odisha

ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡ଼ିଲା ସାମ୍ବାଦିକ ସଂଘ

By ETV Bharat Odisha Team

Published : Feb 3, 2024, 9:51 AM IST

Baragarh Dhanu Yatra: ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ପାଇଁ ଅଣ୍ଟା ଭିଡ଼ିଲା ବରଗଡ଼ ସାମ୍ବାଦିକ ସଂଘ । ଆଗାମୀ ବରଗଡ଼ ଧନୁଯାତ୍ରାର ରୂପରେଖ ନିର୍ଣ୍ଣୟ କରାଯିବାର ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ,

ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ନେଇ ବୈଠକ
ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ନେଇ ବୈଠକ

ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ନେଇ ବୈଠକ

ବରଗଡ଼: ବିଶ୍ବର ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରି ସାରିଛି । ତେବେ ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ପାଇଁ ଅଣ୍ଟା ଭିଡ଼ିଲା ବରଗଡ଼ ସାମ୍ବାଦିକ ସଂଘ । ଆଗାମୀ ବରଗଡ଼ ଧନୁଯାତ୍ରାର ରୂପରେଖ ନିର୍ଣ୍ଣୟ କରାଯିବାର ନିଷ୍ପତ୍ତି ନିଆଯାଇଛି । ଧନୁଯାତ୍ରାର ଗୁଣାତ୍ମକ ମାନ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ସେନେଇ ବୁଦ୍ଧିଜୀବୀଙ୍କ ସହ ଅଧିକ ଆଲୋଚନା କରାଯିବ ।

ଆଗାମୀ ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରୀୟ କରିବା ପାଇଁ ବରଗଡ଼ ସାମ୍ବାଦିକ ସଂଘ ଆହ୍ୱାନ ଦେଇଛି । ବରଗଡ଼ ସାମ୍ବାଦିକ ସଂଘର ସଭାପତି ସୁରେନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ଼ ଧନୁଯାତ୍ରାର ଗୁଣାତ୍ମକ ମାନ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ବରଗଡ଼ ଧନୁଯାତ୍ରାରେ ଦେଖାଯାଇଥିବା ଅସଙ୍ଗତିରୁ ଶିକ୍ଷାଲାଭ କରି ଆଗାମୀ ଦିନରେ ବରଗଡ଼ ଧନୁଯାତ୍ରାର ଗୁଣାତ୍ମକ ମାନ ବୃଦ୍ଧି ନେଇ ଆଲୋଚନା କରାଯିବା । ତାସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ବରଗଡ଼, ବାର ଆସୋସିଏସନ, ମାର୍ଚ୍ଚେଣ୍ଟ ଏସୋସିଏସନ, ଚେମ୍ବର ଅଫ କମର୍ସ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାମିଲ କରାଯିବାର ଯୋଜନା ରହିଛି । ଏହିଭଳି ଆଗାମୀ ବରଗଡ଼ ଧନୁଯାତ୍ରାର ରୂପରେଖ ନିର୍ଣ୍ଣୟ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ସୃଷ୍ଟି ହେଲା ନୂଆ ଇତିହାସ, ହସ୍ତଲିଖନ ଅନଲାଇନରେ ଅପଲୋଡ କରି ୱାର୍ଲ୍ଡ ରେକର୍ଡ଼

ବରଗଡ଼ ଧନୁଯାତ୍ରାର ସାମ୍ଭବ୍ୟ ସଂସ୍କାର ସମ୍ପର୍କରେ ସ୍ଥାନୀୟ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ଲିଖିତ ମତାମତ ନିଆଯାଇଛି । ଆଗ୍ରହୀ ବ୍ୟକ୍ତିମାନେ ଏ ସମ୍ପର୍କରେ ବରଗଡ଼ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଜନସାଧାରଣଙ୍କ ଏହି ପରାମର୍ଶକୁ ଭିତ୍ତିକରି ଖୁବ ଶୀଘ୍ର ‘ବରଗଡ଼ ଧନୁଯାତ୍ରାର ଗୁଣାତ୍ମକ ଉନ୍ନତି ଓ ସଂସ୍କାର’ ସମ୍ପର୍କରେ ଏକ ବୃହତ ବୈଠକ ଡ଼କାଯିବ । ଏନେଇ ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଏହି ବୈଠକରେ ସଂଘର ଉପସଭାପତି ବିରେନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରେମାନନ୍ଦ ଖମାରୀ, ସହ ସମ୍ପାଦକ ପ୍ରବୀଣ ସାହୁ, କୋଷାଧ୍ୟକ୍ଷ ବୌମକେଶ କରଙ୍କ ସମେତ, ରବିନାରାୟଣ ପଣ୍ଡା, ଲଲାଟେନ୍ଦୁ ଦାଶ, ମହେନ୍ଦ୍ର ସାହୁ, ରାଜେଶ ସରାଫ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଏହା ବ୍ୟତିତ ବରଗଡ଼ରେ ସାମ୍ବାଦିକତାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଯୋଜନା ପ୍ରଣୟନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details