ଓଡିଶା

odisha

ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଗହମ ଓ ଚାଉଳ, ପଞ୍ଚାୟତ ଅଫିସରେ ହଲ୍ଲାବୋଲ୍

By ETV Bharat Odisha Team

Published : Jan 23, 2024, 1:51 PM IST

Damage rice distributed by Supply assistant: ହିତାଧିକାରୀଙ୍କୁ ପୋକରା ଚାଉଳ ଓ ଗହମ ଦିଆଯାଉଥିବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଅଧିକ ପଢନ୍ତୁ

ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଗହମ ଚାଉଳ
ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଗହମ ଚାଉଳ

ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଗହମ ଚାଉଳ

ଖୋର୍ଦ୍ଧା:ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଚାଉଳ ଓ ଗହମ । ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ହିତାଧିକାରୀମାନଙ୍କୁ ଗହମ ଓ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଚାଉଳ ଓ ଗହମ ଅତି ନିମ୍ନମାନର ହୋଇଥିବା ବେଳେ ସେଗୁଡିକରେ ପୋକ ଲାଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଛନ୍ତି ହିତାଧିକାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତରେ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ଯୋଗାଣ ସହାୟକ ଆଜି(ମଙ୍ଗଳବାର) ସକାଳ ସମୟରେ ହିତାଧିକାରୀମାନଙ୍କୁ ଗହମ ଓ ଚାଉଳ ନେବାକୁ ଖବର ଦେଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ନେବା ବେଳକୁ ଗହମ ଚାଉଳର ଅବସ୍ଥା ଦେଖି ନ ନେବା ପାଇଁ ପ୍ରତିବାଦ କରିଥିଲେ । ଚାଉଳ ଓ ଗହମ ପୋକ ଖାଇ ପାଉଟର ହୋଇଯାଇଥିବା ସହ ସେଗୁଡିକ ଖାଇବାକୁ ଉପଯୋଗ ନୁହେଁ ବୋଲି ପ୍ରତିବାଦ କରିଥିଲେ ହିତାଧିକାରୀ । ହେଲେ ଯେଉଁଭଳି ଚାଉଳ ଗହମ ଆସିଛି ତାହାକୁ ନେବାକୁ ବାଧ୍ଯ ବୋଲି ଯୋଗାଣ ସହାୟକ କହିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଏହାମଧ୍ୟ ପଢନ୍ତୁ..ଅଧାରୁ ଅଟକିଲା ଆବାସ ସହାୟତା: ଆକାଉଣ୍ଟରୁ ଉଠାଇ ହେଉନି ଟଙ୍କା, ହିତାଧିକାରୀ ନୟାନ୍ତ

ଯାହାକୁ ନେଇ କିଛି ସମୟ ଧରି ହିତାଧିକାରୀ ଓ ଯୋଗାଣ ସହାୟକ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଗହମ ଫେରସ୍ତ କରି ଭଲ ଗହମ ଦେବାକୁ ଦାବି କରି ହିତାଧିକାରୀମାନେ ପଞ୍ଚାୟତ ଅଫିସ ଆଗରେ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । 'ଗହମ ଆମେ ନେବୁ ନାହିଁ' କହି ଫେରି ଆସିଥିଲେ । ଏନେଇ ଇଟିଭି ଭାରତ ପ୍ରତିନିଧି ବ୍ଲକ ଯୋଗାଣ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ । ତେବେ ଏହି ଗହମ ଗଚ୍ଛିତ ରଖାଯାଇଥିଲା, ଏହା ସରିବା ପରେ ନୂଆ ଗହମ ଦିଆ ଯିବ ବୋଲି କହି ଫୋନ କାଟି ଦେଇଥିଲେ ଯୋଗାଣ ଅଧିକାରୀ ।

ସରକାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଗହମ ଓ ଚାଉଳ ଯୋଗାଇ ଦେଉଥିବା ବେଳେ କିଛି ଅସାଧୁ କର୍ମଚାରୀ ଏହାକୁ ବାଟମାରଣା କରିବା ସହିତ ଠିକ ସମୟରେ ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ଦେଉନାହାନ୍ତି । ହିତାଧିକାରୀ ପାଖରେ ଗହମ ଓ ଚାଉଳ ପହଞ୍ଚିଲା ବେଳକୁ ତାହା ନଷ୍ଟ ହେଉଥିବା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରତିମାସରେ ସଠିକ ସମୟରେ ଗରିବ ହିତାଧିକାରୀଙ୍କୁ ଚାଉଳ ଓ ଗହମ ଦିଆନ ଯାଇ ମାସ ମାସର ସାମଗ୍ରୀକୁ ଗୋଟିଏ ଦିନରେ ଦିଆଯିବା କାରଣରୁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଉଛି । ଅନ୍ୟପଟେ କାହିଁକି ସଠିକ ସମୟରେ ଗହମ ବଣ୍ଟନ ନକରି ପୋକ ଲାଗିବା ପର୍ଯ୍ୟନ୍ତ ସରକାର ଅପେକ୍ଷା କରୁଛନ୍ତି ଏବେ ତାହାପରେ ନିମ୍ନମାନର ଖାଦ୍ୟ ଅନୁପଯୋଗୀ ହେବାପରେ ହିତାଧିକାରୀମାନଙ୍କୁ ବଣ୍ଟନ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିବା ସହ ନିମ୍ନମାନର ପୋକରା ଗହମ ବଣ୍ଟନ କରୁଥିବା ଯୋଗାଣ ଅଧିକାରୀଙ୍କ ବିରୁଦ୍ଧ ଦୁଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details