ଗାଁରେ ପଶିଲା ଜୁଆର ପାଣି, ଅଞ୍ଚଳବାସୀ ଆତଙ୍କିତ

By

Published : Jul 14, 2022, 1:58 PM IST

thumbnail

ବ୍ରହ୍ମଗିରି: ମୌସୁମୀ ଓ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରକୁଦା ଗ୍ରାମର ହରଚଣ୍ଡୀ ସାହିରେ ଜୁଆର ପାଣି ପଶିଛି । ଅରକୁଦା ଗ୍ରାମକୁ ଚିଲିକା ରିଙ୍ଗ ବନ୍ଧ ଦେଇ ଗ୍ରାମ ମଧ୍ୟରେ ପାଣି ପ୍ରବେଶ କରିଛି । ଗ୍ରାମର ପ୍ରାୟ 50ଟି ଘରେ ପାଣି ପଶିଯାଇଥିବା ବେଳେ ଲୋକ ଆତଙ୍କିତ ହୋଇ ଭୋକ ଉପାସରେ ଆଶ୍ରୟ ସ୍ଥଳେ ରହିଛନ୍ତି । ଏଭଳି ସମସ୍ୟା ବାରମ୍ବାର ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.