ଶ୍ରୀମନ୍ଦିର ଦ୍ୱାର ଫିଟା ଓ ଶ୍ରୀଜିଉଙ୍କ ମଙ୍ଗଳ ଆଳତି

By

Published : Nov 10, 2021, 7:06 AM IST

thumbnail

ଜଗତର କଲ୍ୟାଣ ପାଇଁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତି । ଏହି ଆଳତୀର ବହୁ ମାହାତ୍ମ୍ୟ ରହିଛି । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତି । ସବୁଦିନ ପରି ପ୍ରଥମେ ବଡି ଭୋରୁ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ବିଧି ମୁତାବକ ମଙ୍ଗଳ ଆଳତି କରାଯାଇଛି । ଏହି ସମୟରେ ମନ୍ତ୍ରୋଚାରଣ ସହ ହରିବୋଲ ହୁଳହୁଳି ଦିଆଯାଇ ଆଜିର ଆଳତି ସମ୍ପନ୍ନ ହୋଇଛି । ତେବେ ସକାଳୁ ସକାଳୁ ଏହି ଆଳତି ଦର୍ଶନ କଲେ ମନର ସମସ୍ତ ଦ୍ବେଶ ଓ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.