Mangala Aalati: ନୂଆ ବର୍ଷରେ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି

By

Published : Jan 1, 2022, 7:13 AM IST

thumbnail

ଓଡିଆ ନବ ବ୍ରଷ ମେଷ ସଂକ୍ରାନ୍ତିରୁ (ଏପ୍ରିଲ ମାସ) ଆରମ୍ଭ ହେଉଥିଲେ ହେଁ ଇଂରାଜୀ ନବବର୍ଷ ଜାନୁଆରୀ ପହିଲାକୁ ସମସ୍ତ ଭାରତୀୟ ଆନନ୍ଦରେ ପାଳନ କରନ୍ତି । ମହାପ୍ରଭୁଙ୍କ କୃପା ଲାଭ କରିବା ଉଦ୍ଦେଶ୍ୟରେ ଏଥି ନିମନ୍ତେ ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କ ସମାଗମ ହୁଏ । ଏନେଇ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ତେବେ ଜଗତର କଲ୍ୟାଣ ପାଇଁ ପ୍ରତ୍ୟେକ ଦିନ ବଡ଼ି ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି କରାଯାଉଛି । ଶ୍ରୀମନ୍ଦିରର ମଙ୍ଗଳ ଆଳତି ଦେଖିଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ ସବୁଦିନ ପରି ଆଜି ମଧ୍ୟ ବଡ଼ି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କା ଦ୍ବାରା ପ୍ରଥମେ ଶ୍ରୀମନ୍ଦିରର ଦ୍ବାର ଫିଟା ଯାଇ ମଙ୍ଗଳ ଆଳତି କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.