Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି, କରନ୍ତୁ ଦର୍ଶନ

By

Published : Dec 23, 2021, 7:17 AM IST

thumbnail

ସବୁ ଦିନ ପରି ଆଜି ବଡି ଭୋରୁ ସେବାୟତଙ୍କ ଦ୍ବାରା ପ୍ରଥମେ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାପରେ କଳା ଶ୍ରୀମୁଖର ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ପୂଜା ପଣ୍ଡା ସ୍ବ-ସ୍ପଷ୍ଟାକ୍ଷରରେ ମନ୍ତ୍ରୋଚ୍ଚାରଣ କରି ହାତରେ ଘଣ୍ଟି ଓ ଦୀପ ଧରି ପତିତ ମାନଙ୍କ ଉଦ୍ଧାର ପାଇଁ ପତିତପାବନଙ୍କ ଅବତାର ଧାରଣ କରିଥିବା ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତି କରିଛନ୍ତି । ଏହି ସମୟରେ ପାଖରେ ଥିବା ଅନ୍ୟ ପୂଜା ପଣ୍ଡା, ସେବାୟତ ଓ ବାହାରେ ରହି ଦର୍ଶନ କରୁଥିବା ଭକ୍ତ ମାନେ ହରିବୋଲ ହୁଳହୁଳି ଦେଇ ଏହି ପବିତ୍ର ଦର୍ଶନ କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.