ବନ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡାରେ କିପରି ଚାଲିଛି ପ୍ରସ୍ତୁତି, ସୂଚନା ଦେଲେ ADM

By

Published : Aug 17, 2022, 8:39 AM IST

thumbnail

କେନ୍ଦ୍ରାପଡା: ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟାଜଳ ଫୁଲୁଥିବାରୁ ରାଜ୍ୟର ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦର ୪୦ଟି ଗେଟ୍ ଖୋଲାଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଅଧିକ ଭୟ ଜାତ ହୋଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ଗରଦପୁର, ମାର୍ଶାଘାଇ ବ୍ଲକରେ ୫ରୁ ଅଧିକ ଘଳିଆ ପଡିଥିବା ବେଳେ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ଏସବୁକୁ ଦୃଢତାର ସହ ମୁକାବିଲା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବର୍ତ୍ତମାନ ସୁଦ୍ଧା ୨,୭୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ଏଥିସହ ୪୯ଟି ବୋଟ, ଦୁଇଟି NDRF ଟିମ୍, ଦୁଇଟି ODRAF ଟିମ୍,୧୦ଟି ଅଗ୍ନିଶମ ବିଭାଗ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ସୂଚନା ମିଳିଛି । ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୦୫ଟି ଗାଁର ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ପାଇଁ ଆଉ କ'ଣ ପ୍ରସ୍ତୁତି ହୋଇଛି ସେନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.