ବିରଜାଙ୍କ ପୀଠରେ ଚାଲିଛି ଶାରଦୀୟ ପୂଜା, ଉତ୍ସବ ମୁଖର ପରିବେଶ

By

Published : Oct 1, 2022, 7:24 AM IST

thumbnail

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଶାରଦୀୟ ପୂଜା ପାଇଁ ଉତ୍ସବ ମୁଖର ପରିବେଶ । ମା'ଙ୍କ ପୀଠରେ ଆଜି ପଞ୍ଚମୀ ପାଳିତ ହୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ପ୍ରତିଦିନ ଭଳି ଆଜି ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରଥଟାଣିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ମା’ଙ୍କ ଦର୍ଶନ କରୁଛନ୍ତି । ମା'ଙ୍କ ସ୍ବତନ୍ତ୍ର ପୂଜା ସହିତ ରଥଟଣାକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.