ମଣ୍ଡପରେ ମହମାୟାଙ୍କ ମହାସପ୍ତମୀ, ଝାରପଡାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଋଷିଆ ସଂଗ୍ରହାଳୟ

By

Published : Oct 2, 2022, 4:38 PM IST

thumbnail

ଝାରପଡା ପୂଜା ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଯାଇଛି । ଚକ୍ଷୁଦାନ ପରେ ଧରାବତରଣ କଲେ ଜଗତଜନନୀ ମା' ଦୁର୍ଗା । ଦୀର୍ଘ ଦୁଇ ବର୍ଷ ପରେ ମା'ଙ୍କୁ ଦର୍ଶନ କରିବାକୁ ମଣ୍ଡପକୁ ଶହ ଶହ ଭକ୍ତଙ୍କ ସମାଗମ ହେଇଛି । ଏଥର ଝାରପଡାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଋଷିଆ ସେଣ୍ଟ ପିଟରବର୍ଗ ସହରର ଷ୍ଟେଟ୍ ହରମିଟେଜ୍ ସଂଗ୍ରହାଳୟ । ଯାହାର ଉଚ୍ଚତା ୮୫ ଫୁଟ ହୋଇଥିବାବେଳେ, ଚଉଡା ୧୫୦ ଫୁଟ ରହିଛି । ୩ଟି ମୁଖ୍ୟ ଗେଟ୍ ସହ ୨ଟି ପ୍ରସ୍ଥାନ ଗେଟରେ ସ୍ଥାନ ପାଇଛି ପୌରାଣିକ, ଆଧୁନିକ ଏବଂ ଆଦିବାସୀ କଥାବସ୍ତୁ । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେଉଛି ଦୁର୍ଗାପୂଜା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.