କେନ୍ଦ୍ରାପଡ଼ାରେ ଜମୁଛି ଦ୍ବିତୀୟ ରଜ, ଦୋଳି ଖେଳରେ ମସଗୁଲ୍‌ ମହିଳା ଓ ଯୁବତୀ

By

Published : Jun 15, 2022, 9:30 PM IST

thumbnail

କେନ୍ଦ୍ରାପଡ଼ା: ଆଜି ହେଉଛି ଓଡ଼ିଆଙ୍କ ଗଣପର୍ବ ପବିତ୍ର ରଜ ସଂକ୍ରାନ୍ତି । ଏଥିପାଇଁ ଗାଁଠାରୁ ଆରମ୍ଭ କରି ସହର ଉତ୍ସବମୁଖର ରହିଛି । ଏହି କ୍ରମରେ କେନ୍ଦ୍ରାପଡ଼ାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ କେନ୍ଦ୍ରାପଡାର ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କଲେଜ ପଡ଼ିଆରେ ଅନୁଷ୍ଠିତ ହେଉଛି ରଜ ମଉଜ ଉତ୍ସବ । ଆଧୁନିକତାକୁ ଆଦରି ସମ୍ପ୍ରତି ମୋବାଇଲ ଯୁଗରେ ସେଇ ପୁରୁଣା ଦିନର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ ରଖିବା ଲକ୍ଷ୍ୟରେ ଏହି ଉତ୍ସବ ଆୟୋଜନ ହେଉଛି । ଏହି ଉତ୍ସବରେ ମହିଳାଙ୍କ ଓ ଯୁବତୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.