କଂଗ୍ରେସର ଜେଲ ଭରୋ ଆନ୍ଦୋଳନ, ଶତାଧିକ କର୍ମୀଙ୍କୁ ଉଠାଇନେଲା ପୋଲିସ

By

Published : Aug 5, 2022, 10:55 PM IST

thumbnail

ମାଲକାନଗିରି: ରନ୍ଧନ ଗ୍ୟାସ ଓ ଘରୋଇ ସାମଗ୍ରୀ ଦରଦାମର ଅହେତୁକ ବୃଦ୍ଧି ସହ ଜିଏସଟି ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଅସଫଳତାକୁ ନେଇ ମାଲକାନାଗିରିରେ କଂଗ୍ରେସର ଜେଲଭରୋ ଆନ୍ଦୋଳନ । ଜିଲ୍ଲା କଂଗ୍ରେସ ଭବନରୁ ବାହାରି ମାଲକାନଗିରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ କଂଗ୍ରେସ କର୍ମୀ । ଏଥିସହ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ସମୟରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ତେବେ ସରକାର ଆଗାମୀ ଦିନରେ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ନଲଗାଇଲେ ସମଗ୍ର ଜିଲ୍ଲାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଇଟିଭି ଭାରତ, ମାଲକାନାଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.