ଅଜଣା ରୋଗରେ ଆକ୍ରାନ୍ତ ପାଣୁ ଅର୍ଥ ସାଜିଛି ବାଧକ

By

Published : Dec 29, 2020, 9:05 PM IST

thumbnail

ନୟାଗଡ଼: ଏ ହେଉଛନ୍ତି ପାଣୁ ମହାପାତ୍ର, ବୟସ 42 l ଘର ନୟାଗଡ଼ ଜିଲ୍ଲା ରଣପୁର ସୁଆଁସିଆରେ l ପାଣୁ ଏବେ କେଉଁ ରୋଗରେ ପଡ଼ି ଛଟପଟ ହେଉଛନ୍ତି ତାହା ସେ ବି ଜାଣିନାହାଁନ୍ତି l କେଉଁଥି ପାଇଁ ସେ ଦିନକୁ ଦିନ ଦୁର୍ବଳ ହେବା ସହ ପତଳା ହୋଇଯାଉଛନ୍ତି ତାହା କେହି କହିପାରୁନାହାନ୍ତି l ରୋଗ ଏମିତି ପ୍ରଭାବିତ କରିଛି ଯେ ଚାଲିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡୁଛି l ରୋଗକୁ ମଧ୍ୟ ଚିହ୍ନି ପାରୁନାହାଁନ୍ତି ଡାକ୍ତର l ଫଳରେ ଅଜଣା ରୋଗରେ ପୀଡ଼ିତ ହୋଇ ଦିନକୁ ଦିନ ଅସୁସ୍ଥ ହୋଇପଡୁଛନ୍ତି ପାଣୁ l ତଥାପି ମନ ମାନୁନି l ଭଲ ହେବା ଆଶାରେ ଏ ମେଡ଼ିକାଲରୁ ସେ ମେଡିକାଲ ହୋଇ ଖର୍ଚ୍ଚାନ୍ତ ହେଲେଣି l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.