Watch Video: କୋହଲିଙ୍କୁ ଦେଖି ଆସିଥିଲେ ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କ ମା’, ଆଲିଙ୍ଗନ କରି ହେଲେ ଭାବବିହ୍ବଳ

By

Published : Jul 22, 2023, 11:21 PM IST

Updated : Jul 23, 2023, 7:28 AM IST

thumbnail

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପୋର୍ଟ ଅଫ୍ ସ୍ପେନରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି । ଏହାରି ଭିତରେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି, ଯାହା ଉଭୟ ଦେଶର ‌କ୍ରିକେଟ‌େପ୍ରେମୀଙ୍କୁ ବେଶ ପସନ୍ଦ ଆସିଛି । ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଜୋଶୁଆ ଦା ସିଲଭାଙ୍କ ମାଆ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ବିଶ୍ବର କୋଣ ଅନୁକୋଣରେ ଥିବା କ୍ରିକେଟ ପ୍ରେମୀ ପସନ୍ଦ କରି ସେୟାର କରୁଥିବା ଦେଖିବାକୁ ମିଳିଛି ।

ଶୁକ୍ରବାର ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଭାରତୀୟ ଟିମ୍ ବସ୍ ଯୋଗେ ହୋଟେଲକୁ ଫେରୁଥିଲେ, ସେତେବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଟିମ୍‌ ବସ୍ ଆଗରେ ବିରାଟ କୋହଲିଙ୍କୁ ଅନାଇ ବସିଥିଲେ ୱେଷ୍ଟଇଣ୍ଡିଜ ୱିକେଟକିପର ଜୋଶୁଆ ଦା ସିଲଭାଙ୍କ ମାଆ । ଯେତେବେଳେ ବିରାଟ ବସରୁ ତଳକୁ ଓହ୍ଲାଇଥିଲେ, ସେ ବିରାଟଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ । ବିରାଟ କୋହଲିଙ୍କୁ ଭେଟିବା ପରେ ଜୋଶୁଆ ଦା ସିଲଭାଙ୍କ ମାଆ ଭାବବିହ୍ବଳ ହୋଇ ପଡ଼ିଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି । ସେ ବିରାଟଙ୍କ ସହ କିଛି ସମୟ କଥା ହେବା ପରେ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ସାରାବିଶ୍ବରେ କୋହଲିଙ୍କର ପ୍ରଶଂସକ ରହିଥିବା ବେଳେ ବିପକ୍ଷ ଟିମର ପରିବାର ପକ୍ଷରୁ ଏପରି ଭଲପାଇବା ମିଳିବା ତାଙ୍କ ପ୍ରଶଂସକଙ୍କୁ ବେଶ ଖୁସି କରାଇଛି । ଏପରିକି ଏକ ଭିଡିଓରେ ନିଜେ ଜୋଶୁଆ ଦା ସିଲଭା ଏକଥା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମାଆ କେବଳ କୋହଲିଙ୍କ ଖେଳ ଦେଖିବା ପାଇଁ ସେଠାକୁ ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ଶତକ: ଫ୍ୟାନ୍ସଙ୍କ ସେଲିବ୍ରେସନ, ଭିଡିଓ ସେୟାର କଲା BCCI

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2023, 7:28 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.