କୋହଲିଙ୍କ ଶତକ: ଫ୍ୟାନ୍ସଙ୍କ ସେଲିବ୍ରେସନ, ଭିଡିଓ ସେୟାର କଲା BCCI

By

Published : Jul 22, 2023, 9:20 PM IST

thumbnail

ପୋର୍ଟ ଅଫ୍ ସ୍ପେନ୍: ସାରା ବିଶ୍ବରେ କ୍ରିକେଟପ୍ରେମୀଙ୍କ ମନରେ ସିହରଣ ଖେଳାଇଦେବା ପାଇଁ କେବଳ ଗୋଟିଏ ନାମ ହିଁ ଯଥେଷ୍ଟ, ବିରାଟ କୋହଲି । ଖେଳ କେଉଁଠାରେ ବି ହେଉଥାଉ, ତାଙ୍କର ଟିକିଏ ଝଲକ ପାଇବା ପାଇଁ ବିଶ୍ବର କୋଣ ଅନୁକୋଣରୁ ଧାଇଁ ଆସନ୍ତି ପ୍ରଶଂସକ । ଏହି କିମ୍ବଦନ୍ତି ତାରକା ବିରାଟ କୋହଲି ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । କ୍ରିକେଟ୍‌ ମୈଦାନରେ ଇତିହାସ ଲେଖି ଚାଲିଥିବା କିଙ୍ଗ କୋହଲି ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଶତକ ଅର୍ଜନ କରିବାରେ ବିଶ୍ବର ପ୍ରଥମ ଖେଳାଳି ହୋଇପାରିଛନ୍ତି । ଏହା ତାଙ୍କର ଟେଷ୍ଟ ମ୍ୟାଚରେ ୨୯ତମ ଶତକ ଏବଂ ସର୍ବମୋଟ ୭୬ତମ ଅନ୍ତର୍ଜାତୀୟ ଶତକ । ଏହାପରେ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ତାଙ୍କୁ ଦେଖିବାକୁ ବିଶ୍ବର ବିଭିନ୍ନ କୋଣରୁ ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଥିବା କ୍ରିକେଟପ୍ରେମୀ । ଯାହାର ଭିଡିଓକୁ ବିସିସିଆଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.