ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

By

Published : Aug 17, 2023, 1:12 PM IST

thumbnail

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପେଣ୍ଠକଟା ସ୍ଥିତ ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ ଯାଇ 'ମୋ ମାଟି, ମୋ ଦେଶ' ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ । ସେଠାରେ ଶହୀଦଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶହୀଦଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ।'ମୋ ମାଟି, ମୋ ଦେଶ' ଅଭିଯାନରେ ଅଭିଭାଷଣ ରଖି ସଦାଶବ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ପଞ୍ଚସୂତ୍ରୀ ଶପଥ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚପ୍ରାଣ ମନ୍ତ୍ରକୁ ନେଇ ଶପଥ କରାଇଥିଲେ ସୀତାରମଣ । 2047 ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭର କରିବାକୁ କହିବା ସହ ଗୁଲାମୀ ମାନସିକତାକୁ ମୁକୁଳି ଦେଶର ସୁରକ୍ଷା ପାଇଁ ଏକତାକୁ ମଜବୁତ କରି ଜଣେ ପ୍ରକୃତ ନାଗରିକର କର୍ତ୍ତବ୍ୟ ପାଳନ କରିବାକୁ କହିଥିଲେ । ଶୁଣନ୍ତୁ 'ମୋ ମାଟି, ମୋ ଦେଶ' ଅଭିଯାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣଙ୍କ ବାର୍ତ୍ତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.