ମା’ଙ୍କ ବିଜୟା ଦଶମୀ ପୂଜା, ମଣିମହଲ ଦେଖିବା ପାଇଁ ଜମୁଛି ଭିଡ

By ETV Bharat Odisha Team

Published : Oct 24, 2023, 6:50 PM IST

thumbnail

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ଦୁର୍ଗା ମଣ୍ଡପରେ ଝଟକୁଛି ଗୁଜୁରାଟର ମଣିମହଲ । ଯେଉଁଠି ରାଜଧାନୀବାସୀ ଦେଖୁଛନ୍ତି ଭାରତର ଅଦ୍ଭୁତ ଐତିହ୍ୟ ଓ କଳାକୃତିର ଝଲକ । ୧୨୦ ଫୁଟ ଓସାର ଏବଂ ୮୫ ଫୁଟ ଉଚ୍ଚର ତୋରଣ ଶୋଭା ପାଇଛି ନୟାପଲ୍ଲୀ ପୂଜା ପେଣ୍ଡାଲ । ଉତ୍ସବର ଉତ୍ସାହକୁ ଅଧିକ ରଙ୍ଗିନ କରୁଛି ତୋରଣରେ ଥିବା ନାରୀ ସଶକ୍ତୀକରଣର ବାର୍ତ୍ତା । ନାରୀକୁ ସମ୍ମାନ, ନାରୀକୁ ଗୁରୁତ୍ବ ଦେବା ଭଳି ବିଭିନ୍ନ ଗହନ କଥା ଏହି ପୂଜା ମଣ୍ଡପରେ ଦର୍ଶା ଯାଇଛି । ସନ୍‌ପେକ୍‌ ଓ ଫାଇବର୍‌ରେ ପୂରା ତୋରଣ ପ୍ରସ୍ତୁତ ହୋଇଛି । 
 

ବିଧି ଅନୁସା‌ରେ ଆଜି ଦଶମୀ ଓ ରାବ‌ଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭସାଣି ଦିନ ଅନ୍ୟ ସମସ୍ତ ପୂଜା ମଣ୍ଡପଗୁଡ଼ିକକୁ ନୟାପଲ୍ଲୀ ଆସି ଭାଇଚାରାର ଏକ ନିଦର୍ଶନ ପ୍ରସ୍ତୁତ କରିବେ । ଭସାଣୀ ଅବସରରେ ଘୋଡ଼ା ନାଚ, ହଳଦୀ କାଠ ବାଜା, ସମ୍ବଲପୁରୀ ବାଜା, ଫୁଲବାଣୀ ବାଜା, ଷଣ୍ଢ ନାଚ, ବାଘ ବାଘୁଣୀ ନାଚ ଓ ନାଗା ନୃତ୍ୟ ଦେଖିବାକୁ ମିଳିବ । ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଏଠାରେ ପୂଜା କରାଯାଉଥିବା ବେଳେ ବିଜୟ ଦଶମୀର ପୂଜାବିଧି ଅନୁସାରେ ମା’ଙ୍କର ଶେଷ ଦିନାତ୍ମକ ପୂଜାର୍ଚ୍ଚନା କରାଯାଉଛି । ଆଉମାଙ୍କର ଶେଷ ଦିବସରେ ଦୁର୍ଲଭ ରୂପ ଦର୍ଶନ ପାଇଁ ଲାଗିଛି ଲୋକଙ୍କ ଭିଡ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.