ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

By ETV Bharat Odisha Team

Published : Nov 3, 2023, 7:29 PM IST

thumbnail

କେନ୍ଦ୍ରାପଡା: ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ରେଡ କରିଛି । କଟକ ଜିଲ୍ଲା ସାଲେପୁର ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିବା ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଇଛି । ଆଜି ସକାଳୁ ଡେରାବିଶ ତହସିଲ ଅଧିନ ସଦାନନ୍ଦପୁରେ ଥିବା ପୈତୃକ ଘର ,କେନ୍ଦ୍ରାପଡ଼ା ସହରର ବଳରାମପୁର ଠାରେ ଥିବା ଭଡାଘର ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଏକାଧିକ ଟିମ ଚଢ଼ାଉ ଜାରି ରଖିଛି ।

ସୂଚନା ଯୋଗ୍ୟ, ଅର୍ଜ୍ଜୁନ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରାପଡା ଜିଲ୍ଲାରେ କାମ କରୁଥିବା ବେଳେ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଯାହାକୁ ନେଇ ସେ ସମୟରେ ଚର୍ଚ୍ଚାରେ ରହିଥିଲେ ଅର୍ଜ୍ଜୁନ । ତେବେ ଅର୍ଜ୍ଜୁନ ସମସ୍ତ ସମ୍ପତ୍ତିର ହିସାବ ଥିବା ଏବଂ ଗାଁ ଘର ବାପାଙ୍କର ପୈତୃକ ସମ୍ପତ୍ତି ହୋଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଜ୍ଜୁନଙ୍କ ବାସସ୍ଥାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଭିଜିଲାନ୍ସ ଚଢ଼ାଉ ସମୟରେ ବିଭିନ୍ନ କାଗଜପତ୍ର, ଜମି କାଗଜ, ଗଚ୍ଛିତ ସମ୍ପତ୍ତି ଆଦିର ତାଲିକା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି ।


ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ମୋଟୁ ଆରଆଇ, ଲାଞ୍ଚ ନେଇ ଧରାପଡିଲେ


ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.