ETV Bharat / state

ଭିଜିଲାନ୍ସ ଜାଲରେ ମୋଟୁ ଆରଆଇ, ଲାଞ୍ଚ ନେଇ ଧରାପଡିଲେ

author img

By ETV Bharat Odisha Team

Published : Nov 3, 2023, 7:46 AM IST

Updated : Nov 3, 2023, 2:28 PM IST

15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତଲେ ଧରାପଡିଲେ ମୋଟୁ ଆରଆଇ । ଅଧିକ ପଢନ୍ତୁ

revenue inspector caught red handed by vigilance
revenue inspector caught red handed by vigilance

revenue inspector caught red handed by vigilance

ମାଲକାନାଗିରି: ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ(ଆରଆଇ) । ଲାଞ୍ଚ ନେବାବେଳେ ମାଲକାନଗିରି ଜିଲ୍ଲାର ମୋଟୁ ସଦର ତହସିଲ୍ ରାଜସ୍ବ ନିରୀକ୍ଷକଙ୍କୁ ମାଡିବସିଲା ଭିଜିଲାନ୍ସ ବିଭାଗ । ରାଜସ୍ବ ନିରୀକ୍ଷକ ସୁରଜ ଚନ୍ଦ୍ର ବାଲା ଜଣେ ବ୍ୟକ୍ତିଙ୍କଠାରୁ 15ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେ ଧରାପଡିବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କର ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥିବା ଘରେ ଚଢ଼ାଉ କରିଥିଲା । ଏହି ଚଢାଉରେ ଭିଜିଲାନ୍ସ ଡିଏସପି ଦୀନବନ୍ଧୁ ବେହେରା, ଭବାନୀପାଟଣା ଇନ୍ସପେକ୍ଟର ପ୍ରମିଳା ସୁନା, ଭିଜିଲାନ୍ସ ଅଧିକାରୀ ଆଲୋକ ମହାପାତ୍ର, ଭିଜିଲାନ୍ସ ଏଏସଆଇ ପ୍ରଭାକର ପଟ୍ଟନାୟକ, ଷ୍ଟେନୋ ସିବା ପ୍ରସାଦ ପ୍ରଧାନ ସାମିଲ ଥିଲେ ।

ମୋଟୁ ଆରଆଇ ସୂର୍ଯ୍ୟ ଚନ୍ଦ୍ର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଗୁରୁବାର ବାକି ୧୫ ହଜାର ଟଙ୍କା ନେଉଥିଲେ । ଲାଞ୍ଚ ନେବାର କିଛି ସମୟ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ମୋଟୁ ଆରଆଇଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ- ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ବାବୁ, ବନ୍ଧା ହେଲେ ସିନ୍ଧିରିମାଳ ରାଜସ୍ବ ନିରୀକ୍ଷକ

ରାଜ୍ୟର ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ଓ ତହସିଲରେ ମଧ୍ୟ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି । ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନସିଂ ଯୋଗେ ଜିଲ୍ଲାପାଳ ଓ କର୍ମଚାରୀଙ୍କୁ ଦୁର୍ନୀତି ମୁକ୍ତ ରହିବା ପାଇଁ ଶପଥ କରାଇଥିଲେ । ଏହାପରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରି ଜନସାଧାରଣଙ୍କୁ ସଚେତନ କରିବା ସହ ଏକ ବୈଠକ କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ଲାଞ୍ଚ ନେଇ ଧରାପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ ।

ସେହିପରି ଗୁରୁବାର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜଣେ ଅଭିଯୋଗକାରୀଙ୍କ ପୈତୃକ ଘରର ପ୍ଳାନ ଅନୁମୋଦନ ପାଇଁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ୍ ।

ଇଟିଭି ଭାରତ, ମାଲକାନାଗିରି

Last Updated :Nov 3, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.