ମଣିପୁର ହିଂସାକାଣ୍ଡକୁ ନେଇ ଆଜି ଭାରତ ବନ୍ଦ, ଝାରସୁଗୁଡ଼ାରେ ପ୍ରଭାବ

By

Published : Aug 7, 2023, 12:09 PM IST

thumbnail

ଝାରସୁଗୁଡା: ମଣିପୁର ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା ଡାକରା ଦେଇଥିଲା ଆଦିବାସୀ ମହିଳା ସଂଗଠନ । ଦେଶରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ଅଭିଯୋଗ କରି ପ୍ରତିବାଦ ସ୍ବରୁପ ବନ୍ଦ ଡାକରା ଦିଆଯାଇଛି । ଆଜିର ଏହାର ପ୍ରଭାବ ଆଜି ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି । ଦେଶରେ ଶାନ୍ତି ଫେରାଇବା ପାଇଁ ମଣିପୁରରେ ବର୍ବରତାର ଘଟାଇଥିବା ଅମାନବମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଓ ସେଠାର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂ ଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନରତ ଆଦିବାସୀ ମହିଳା । ସମ୍ବିଧାନର ସୁରକ୍ଷା, ମହିଳାଙ୍କ ସୁରକ୍ଷା ଦାବିରେ ଚାଲିଛି ଏହି ବନ୍ଦ ପାଳନ । ତେବେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ  ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଝାରସୁଗୁଡା ଆଦିବାସୀ ସଂଗଠନ, ଆଦିବାସୀ ମହିଳା ସଂଗଠନର କର୍ମକର୍ତ୍ତାମାନେ ଝାରସୁଗୁଡ଼ା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ବନ୍ଦ ପାଳନ କରିଛନ୍ତି। ଏହି ବନ୍ଦ ପାଳନରେ ଜରୁରୀକାଳୀନ ସେବାକୁ ଛାଡ଼ି ଦୋକାନ ବଜାରଠାରୁ ଆରମ୍ଭ କରି ବସ୍‌ ଚଳାଚଳ, ସ୍କୁଲ, କଲେଜକୁ ବନ୍ଦ କରାଯାଇଛି । ମଣିପୁରରେ ଆଦିବାସୀ ମହିଳାଙ୍କ ସହିତ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ଏହି ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନରେ ଝାରସୁଗୁଡ଼ା ବିଭିନ୍ନ ସଂଗଠନ, ସ୍ବେଚ୍ଛାସେବୀ ସଂସ୍ଥା ଏବଂ ବିଭିନ୍ନ କ୍ଳବ ଜଡ଼ିତ ହୋଇ ବନ୍ଦ ପାଳନକୁ ସଫଳ କରିବା ପାଇଁ ପ୍ରୟାସ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.