ଜନବସତି ମୁହାଁ କଲରାପତାରିଆ ବାଘ, ଗୁହାଳ ଘରୁ ଝାମ୍ପି ନେଲା ବାଛୁରୀ

By

Published : Aug 1, 2023, 9:38 PM IST

thumbnail

ନୂଆପଡା: ନୂଆପଡା ଜିଲ୍ଲାରେ ପୁଣି କଲରାପତାରିଆ ବାଘ ଆତଙ୍କ । ଗାଈ ଗୁହାଳରୁ ବାଛୁରୀକୁ ଝାମ୍ପି ନେଲା ବାଘ । ସ୍ଥାନୀୟ ଲୋକେ ଆତଙ୍କିତ । ବନ ବିଭାଗର ତଦନ୍ତ ଆରମ୍ଭ । ନୂଆପଡାରେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଆତଙ୍କ ଲାଗିରହିଛି । କେବେ ବାଘ ତ ଆଉ କେବେ ଜଙ୍ଗଲୀ ଭାଲୁ, ହାତୀ ଭଳି ଜୀବଜନ୍ତୁଙ୍କ ଆକ୍ରମଣ ଲାଗିରହିଛି । ଆଜି ନୂଆପଡା ସଦର ବନାଞ୍ଚଳ ଅଧିନସ୍ଥ ମୁସରଙ୍ଗୀ PRF ଅନ୍ତର୍ଗତ ତାରିଆମହୁଆଭଟା ଗାଁରେ କଲରାପତାରିଆ ବାଘ ଆତଙ୍କ ରଚିଛି । ଗାଁର ହୁମନ ନାଏକଙ୍କ ଗାଈ ଗୁହାଳରେ ବାଘ ପଶି ଗୋଟିଏ କଅଁଳା ବାଛୁରୀକୁ ଝାମ୍ପି ମାରି ଦେଇଛି । 

ଅଭିଯୋଗ ପାଇବାପରେ ନୂଆପଡା ବନ ବିଭାଗର ଫରେଷ୍ଟର ରେଞ୍ଜର ସମେତ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ତରିଆମହୁଆଭଟା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ବାଘ ଯାତାୟତ କରୁଥିବା ବାଟକୁ ବନବିଭାଗ ଅନୁଧ୍ୟାୟନ କରିଛି । ବାଘର ପାଦ ଚିହ୍ନକୁ ଦେଖି ଏହା କଲରାପତାରିଆ ବାଘ ବୋଲି ବିଭାଗ ଅନୁମାନ କରିଛି । ବାଘ ଆକ୍ରମଣରେ କ୍ଷତି ଘଟିଥିବା ବାଛୁରୀ ମାଲିକ ହୁମନ ନାଏକଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ବିଭାଗ ପ୍ରତିଶୃତି ଦେଇଛି । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.