ସ୍କୁଲରେ ଅସହ୍ୟ ହେଲା ମାନସିକ ନିର୍ଯାତନା, ଜୀବନ ହାରିବାକୁ ଉଦ୍ୟମ କଲେ ସାର୍‌

By ETV Bharat Odisha Team

Published : Jan 11, 2024, 10:09 PM IST

thumbnail

Teacher attempt to suicide: ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ କଚନା ପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟରେ ଘଟିଛି ଅଘଟଣ । ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ । ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସହକାରୀ ଶିକ୍ଷକ ଆଶିଷ କୁମାର ସ୍ୱାଇଁ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭୁବନ ମୋହିନୀ ନାୟକ ଶିକ୍ଷକ ଆଶିଷ କୁମାର ସ୍ୱାଇଁଙ୍କୁ କ୍ରମାଗତ ଭାବରେ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଜଣକ ଆଶିଷଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ କରାଇବା ସହ ମାନସିକ ଭାବରେ ନିର୍ଯାତନା ଦେଇ ଆସୁଥିଲେ । ଏଭଳି କି ଶିକ୍ଷକଙ୍କ ଦେହ ଖରାପ ହେଲେ ମଧ୍ୟ ତାଙ୍କୁ ଛୁଟି ଦେଉନଥିବା ଅଭିଯୋଗ ହୋଇଛି ।

କିଛି ଦିନ ପୂର୍ବରୁ ଶିକ୍ଷକ ଆଶିଷଙ୍କ ଦେହ ଖରାପ୍ ହେବାରୁ ଛୁଟି ମାଗି ଚିକିତ୍ସା ପାଇଁ ନିଜ ଘରକୁ ଯାଇଥିଲେ । ଫେରିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଜଣକ ତାଙ୍କୁ ଖରାପ୍ ବ୍ୟବହାର କରିବା ସହ ୮ ଦିନର ଦରମା ବନ୍ଦ କରିଦେଇଥିଲେ । ଏଭଳି ମାନସିକ ନିର୍ଯାତନା ସହି ନପାରି ଶିକ୍ଷକ ଜଣକ ଜୀବନ ହାରିବା ପାଇଁ ଚେଷ୍ଟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ଡାକ୍ତର । ସହକାରୀ ଶିକ୍ଷକଙ୍କ ଉପରେ ଏଭଳି ଅତ୍ୟାଚାରକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ପ୍ରଧାନ ଶିକ୍ଷୟତ୍ରୀ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ରାଇଘର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ....କୋଣାର୍କରେ ମହାରାଷ୍ଟ୍ର ପର୍ଯ୍ୟଟକଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ

ଇଟିଭି ଭରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.