ETV Bharat / state

କୋଣାର୍କରେ ମହାରାଷ୍ଟ୍ର ପର୍ଯ୍ୟଟକଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ

author img

By ETV Bharat Odisha Team

Published : Jan 11, 2024, 7:28 PM IST

Tourist Died: କୋଣାର୍କ ଡାକ୍ତରଖାନାରେ ମହାରାଷ୍ଟ୍ରର ପର୍ଯ୍ୟଟକଙ୍କ ମୃତ୍ୟୁ । ଉତ୍ତମ ଚିକିତ୍ସା ସେବା ଅଭାବରୁ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଅଧିକ ପଢନ୍ତୁ

ପଦାରେ ପଡ଼ିଲା ରାଜ୍ୟର ସ୍ୱାସ୍ଥ୍ୟ ସେବା ,ଚିକିତ୍ସା ଅବହେଳାରୁ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ
ପଦାରେ ପଡ଼ିଲା ରାଜ୍ୟର ସ୍ୱାସ୍ଥ୍ୟ ସେବା ,ଚିକିତ୍ସା ଅବହେଳାରୁ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

କୋଣାର୍କରେ ମହାରାଷ୍ଟ୍ର ପର୍ଯ୍ୟଟକଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ

ପୁରୀ: କୋଣାର୍କ ଡାକ୍ତରଖାନାରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ । ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ମହାରାଷ୍ଟ୍ରରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ଜଣେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଉକ୍ତ ମହିଳାଙ୍କୁ ସଠିକ ସ୍ୱାସ୍ଥ୍ୟ ସେବା ନ ମିଳିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣକ ହେଲେ ମହାରାଷ୍ଟ୍ରର ଲୀଳାବତୀ ସୁଦାମ ବାର୍ଗଜୀ ।

ସୂଚନା ମୁତାବକ ଗତ ଡିସେମ୍ବର ୨୭ ତାରିଖରୁ ମହାରାଷ୍ଟ୍ରର ବୀର୍ ଜିଲ୍ଲାର ସମ୍ବାଜୀ ନଗର ଅଞ୍ଚଳ କିଛି ଲୋକ ତୀର୍ଥ ଯାତ୍ରାରେ ବାହାରିଥିଲେ । ଗତକାଲି ସେମାନେ ଗଙ୍ଗା ସାଗରରେ ବୁଡ଼ ପକାଇବା ପରେ ଏକ ଯାତ୍ରୀବାହୀ ବସରେ କୋଣାର୍କ ଏବଂ ପୁରୀ ବୁଲିବାକୁ ଆସିଥିଲେ । ତେବେ ଗତକାଲି ରାତିରେ ଏକ ଧର୍ମଶାଳର ରହି ଥିବାବେଳେ ଆଜି ସକାଳୁ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲାବୁଲି କରି ପୁରୀ ଯିବା ପାଇଁ ପ୍ରସ୍ତୁତି ହେଉଥିଲେ । ଏହି ସମୟରେ ଲୀଳାବତୀ ସୁଦାମ ବାର୍ଗଜୀ ନାମକ ଜଣେ ମହିଳା ପର୍ଯ୍ୟଟକ ହଠାତ ଅସୁସ୍ଥ ହୋଇ ପଡିଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ କୋଣାର୍କ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଆୟୁଷ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟସୂଚୀ ଚୂଡ଼ାନ୍ତ: କାଲିଠୁ ପୂଜାବିଧି, ୧୭ରେ ଲୋକାର୍ପଣ

ଏହା ମଧ୍ୟ ପଢନ୍ତୁ....ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି

ଏହାମଧ୍ଯ ପଢ଼ନ୍ତୁ: ଜୀବନ ହାରିଲେ ସିମୁଳିଆ ବିଡିଓ

ଏହାମଧ୍ଯ ପଢ଼ନ୍ତୁ: ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି

ଏହି ଘଟଣାକୁ ନେଇ କୋଣାର୍କ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ମେଡିକାଲରେ ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଛି । ସେପଟେ କୋଣାର୍କ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁଁ ସ୍ଥାୟୀ ସମାଧାନର ଆବଶ୍ୟକତା ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ଏବଂ ବୁଦ୍ଧିଜୀବୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.