ETV Bharat / state

ଜୀବନ ହାରିଲେ ସିମୁଳିଆ ବିଡିଓ

author img

By ETV Bharat Odisha Team

Published : Jan 11, 2024, 7:03 PM IST

Updated : Jan 11, 2024, 8:16 PM IST

Simulia BDO dies by Suicide: ଜୀବନ ହାରିଲେ ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତି । ସରକାରୀ ବାସଭବନରୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ସିମୁଳିଆ ବିଡ଼ିଓଙ୍କ ଆତ୍ମହତ୍ୟା !
ସିମୁଳିଆ ବିଡ଼ିଓଙ୍କ ଆତ୍ମହତ୍ୟା !

ସିମୁଳିଆ ବିଡ଼ିଓଙ୍କ ଆତ୍ମହତ୍ୟା !

ବାଲେଶ୍ୱର: ଜୀବନ ହାରିଲେ ସିମୁଳିଆ ବିଡ଼ିଓ । ସରକାରୀ ବାସଭବନରୁ ତାଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି । ଜଣେ ସରକାରୀ କର୍ମଚାରୀଙ୍କ ଏଭଳି ଜୀବନ ହାରିବା ପଛରେ ଉପରିସ୍ଥ ଅଧିକାରୀଙ୍କ ଚାପ ନା ବ୍ୟକ୍ତିଗତ ସ୍ତରରେ କୌଣସି ଚାପ ରହିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତଦନ୍ତ ପରେ ଆତ୍ମହତ୍ୟା ଜନିତ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।

ସୂଚନାଯୋଗ୍ୟ ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତି ଆଜି(ଗୁରୁବାର) ଦିନ 11ଟାରେ କିଛି ସମୟରେ କାର୍ଯ୍ୟ କରି ସରକାରୀ ବାସଭବନକୁ ଫେରିଯାଇଥିଲେ । ପରେ ଭିସି କାର୍ଯ୍ୟକ୍ରମରେ ଯୋଗ ନଦେବାରୁ ବିଡ଼ିଓଙ୍କୁ ଖୋଜା ପଡିଥିଲା । ପରେ ବିଡ଼ିଓଙ୍କ ବାସଭବନରେ ବ୍ଲକର ଅନ୍ୟ କର୍ମଚାରୀମାନେ ପହଞ୍ଚି ବିଡ଼ିଓଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ବିଶ୍ୱରଂଜନ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା, ଯୁବକଙ୍କୁ ପିଟି ପିଟି ମାରିଦେଲେ ୨ ନାବାଳକ

ଏହା ମଧ୍ୟ ପଢନ୍ତୁ....4 ବର୍ଷର ପୁଅକୁ ହତ୍ୟା କଲା ମାଆ, ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତି ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ଖୋଳତାଡ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ବିଶ୍ୱରଂଜନ ଭଉଣୀ ପହଞ୍ଚିଛନ୍ତି । ଅନ୍ୟପଟେ ମୃତଦେହକୁ ସିମୁଳିଆ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆସନ୍ତାକାଲି(ଶୁକ୍ରବାର) ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବୋଲି ସୂଚନା ମିଳିଛି । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାସଭବନରେ ବ୍ଲକ କର୍ମଚାରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ସରକାରୀ ଅଧକାରୀଙ୍କ ଏଭଳି ଚରମ ନିଷ୍ପତ୍ତିକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ......ଅପରାଧୀଙ୍କ ନୂଆ ଟ୍ରେଣ୍ଡ, ଗହଣା ସଫା ଆଳରେ କରୁଛନ୍ତି ଲୁଟ

ଇଟିଭି ଭାରତ, ବାଲେଶ୍ୱର

Last Updated : Jan 11, 2024, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.