ETV Bharat / state

କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା, ଯୁବକଙ୍କୁ ପିଟି ପିଟି ମାରିଦେଲେ ୨ ନାବାଳକ

author img

By ETV Bharat Odisha Team

Published : Jan 8, 2024, 10:10 PM IST

Murder in Sundargarh: ନାବାଳକଙ୍କୁ ମାଡ଼ ମାରିବା ପରେ ଭୁଲ ନମାଗିବାରୁ ଯୁବକଙ୍କୁ ହତ୍ୟା କଲେ ଦୁଇ ନାବାଳକ । ହତ୍ୟାକାରୀ ନାବାଳକଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା
କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା

କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା

ରାଉରକେଲା/ ସୁନ୍ଦରଗଡ଼: ଭୁଲ ନମାଗିବାରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁଇ ନାବାଳକ ମିଶି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ହେମଗିରି ଥାନା ଅନ୍ତର୍ଗତ ଜୁଲୁମବାହାଲ ପଞ୍ଚାୟତର ନାକଡ଼େରା ଗ୍ରାମରେ ଗତ ୪ ତାରିଖ ରାତିରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଟିକେଶ୍ଵର ମଲ୍ଲିକ ଓରଫ ମିଲନଙ୍କୁ ପିଟି ପିଟି ହତ୍ୟା କରିଥିଲେ ୨ ନାବାଳକ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ନାବାଳକ ଛତିଶଗଡ଼ରୁ ଧରାପଡ଼ିଛନ୍ତି । ଗଣ୍ଡଗୋଳ ପରେ କ୍ଷମା ନମାଗିବାରୁ ଟିକେଶ୍ଵରଙ୍କୁ ସେମାନେ ହତ୍ୟା କରିଥିବା ଜଣାପଡ଼ିଛି । ନାବାଳକ ଦ୍ଵୟ ଏହି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ନାକଡ଼େରା ଗ୍ରାମର ଟିକେଶ୍ଵର ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ୧ ତାରିଖରେ ନୂଆବର୍ଷ ଉପଲକ୍ଷେ ଗ୍ରାମର ସମ୍ପୃକ୍ତ ଦୁଇ ନାବାଳକ ଓ ଅନ୍ୟ ୫- ୬ ଜଣଙ୍କ ସହ ଭୋଜି କରିବା ପାଇଁ ଯାଇଥିଲେ । ଭୋଜି ସ୍ଥଳରେ ୨ ନାବାଳକଙ୍କ ସହ ଟିକେଶ୍ଵରଙ୍କ ପାଟିତୁଣ୍ଡ ହୋଇଥିଲା । ଏପରିକି ଟିକେଶ୍ବର ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହା ପରଦିନ ଅର୍ଥାତ୍ ୨ ତାରିଖରେ ଟିକେଶ୍ଵର ଗ୍ରାମରେ ନିର୍ମାଣ ହେଉଥିବା ମନ୍ଦିର ନିକଟରେ ଛିଡ଼ା ହୋଇଥିବାବେଳେ ସମ୍ପୃକ୍ତ ୨ ନାବାଳକ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ । ମାଡ଼ ମାରିଥିବାରୁ କ୍ଷମା ମାଗିବାକୁ କହିଥିଲେ । ତେବେ ସେମାନଙ୍କୁ କିଛି ନ କହି ଟିକେଶ୍ଵର ଘରକୁ ଚାଲି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ !

ଏହାପରେ ପୁଣି ୪ ତାରିଖ ରାତିରେ ଟିକେଶ୍ଵର ଏକାକୀ ଥିବାବେଳେ ନାବାଳକ ଦ୍ଵୟ ପଛପଟୁ ଆସି ଅତର୍କିତ ଭାବରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସେ ତଳେ ପଡ଼ିଯିବା ପରେ ପିଟିପିଟି ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଗଛ ତଳୁ ଘୋଷାଡ଼ି ନେଇ ଏକ ନାଳ କଡ଼ରେ ଫିଙ୍ଗି ଦେଇ ଘରକୁ ପଳାଇଥିଲେ । ୫ ତାରିଖରେ ଛତିଶଗଡ଼ରେ ରହୁଥ‌ିବା ସମ୍ପର୍କୀୟଙ୍କ ଘରକୁ ସେମାନେ ପଳାଇଥିଲେ । ପୋଲିସ ଟିକେଶ୍ଵରଙ୍କ ମୃତଦେହ ଜବତ କରିବା ପରେ ହତ୍ୟାକାରୀଙ୍କୁ ଖୋଜିବା ଆରମ୍ଭ କରିଥିଲା । ସୁରାକ୍ ମିଳିବା ପରେ ଗତ ଶନିବାର ଉଭୟ ନାବାଳକଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେମାନେ ଛତିଶଗଡ଼ରେ ଲୁଚିଥିବା ଜଣାପଡ଼ିଥିଲା । ହେମଗିର ପୋଲିସ ନାବାଳକ ଦ୍ଵୟଙ୍କୁ ଧରିବାରେ ସଫଳ ହୋଇଛି । ତେବେ ହତ୍ୟାକାଣ୍ଡ ଘଟାଇଥିବା ନାବାଳକମାନଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର ହୋଇଥିଲେ । ଏହାପରେ ସେମାନଙ୍କୁ ରାଉରକେଲା ବାଳ ସୁଧାର ଗୃହକୁ ପଠାଯାଇଥିବା ଏସ୍‌ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି।

ଇଟିଭି ଭାରତ, ରାଉରକେଲା/ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.