Live Rescue in Kedarnath: ତୁଷାରପାତ ଯୋଗୁଁ ଫସିଲେ ପର୍ଯ୍ୟଟକ, କ୍ୟାମେରାରେ କଏଦ ହେଲା ଲାଇଭ୍ ରେସ୍କ୍ୟୁ

By

Published : May 27, 2023, 8:11 PM IST

thumbnail

ଡେରାଡୁନ: କେଦାରନାଥରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ NDRF ଯବାନ। ଫସିଥିବା ଯୁବକ ଜଣକ ହେଲେ ଉତ୍ତରପ୍ରଦେଶର ବୃନ୍ଦାବନ ଅଞ୍ଚଳର ସଚିନ ଗୁପ୍ତା। ଶୁକ୍ରବାର ସକାଳେ ସଚିନ ପ୍ରଥମେ ଭୈରବନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ ଓ ତା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ସେ ପାହଡ ଉପରକୁ ଚଢିବାରେ ଲାଗିଥିଲେ। ଧୀରେ ଧୀରେ ସୁମେରୁ ପର୍ବତ ଉପରକୁ ଚଢିଯାଇଥିଲେ ସଚିନ। ସେଠାରେ ପ୍ରବଲ ତୁଷାରପାତ ହେଉଥିବା କାରଣରୁ ସେଠାରେ ସେ ଫସିଯାଇଥିଲେ। ପାହଡ ତଳକୁ ଫେରିବା ଆଉ ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। କେଦାରନାଥ ମନ୍ଦିରରୁ ପାଖାପାଖି 4 କିଲୋମିଟର ଦୂରରେ ଥିଲେ ସଚିନ। ଏପରିକି ତୁଷାରପାତ କାରଣରୁ ଧୀରେ ଧୀରେ ଅତ୍ୟଧିକ ବରଫ ଜମା ହେବାକୁ ଲାଗିଲା। ବହୁ ସମୟରେ ସଂଘର୍ଷ ପରେ ମଧ୍ୟ ସେଠାରୁ ବାହାରିବା ମୁସ୍କିଲ ହେବାରୁ ଶେଷରେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ ସଚିନ। କିଛି ସମୟ ପରେ NDRF ଓ SDRF ଯବାନ ସୁମେରୁ ପର୍ବତ ଉପରେ ପହଞ୍ଚି ସୁରକ୍ଷିତ ଭାବେ ସଚିନଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ କେଦାରନାଥ ଧାମ ନିକଟରେ ଥିବା ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.