ଆଜି ମହାମାୟାଙ୍କ ମହାସପ୍ତମୀ, ଜାଣନ୍ତୁ କଣ ରହିଛି ପୂଜା ରୀତିନୀତି

By ETV Bharat Odisha Team

Published : Oct 21, 2023, 12:00 PM IST

thumbnail


କଟକ: ମହାଆଡମ୍ବରରେ କଟକରେ ପାଳନ ହେଉଛି ଶାରଦୀୟ ଦୁର୍ଗାପୂଜା । ଭଳିକି ଭଳି ଚାନ୍ଦି ଓ ସୁନାରେ ମେଢ ତିଆରି ହୋଇଥିବା ବେଳେ ମାଆ ଦୁର୍ଗାଙ୍କ ମୁଣ୍ମୟୀ ମୂର୍ତ୍ତିକୁ ଦେଖିଲେ ଆଖି ଲାଖି ଯାଉଛି । ମାଆଙ୍କ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । 

ଆଜି ମହମାୟାଙ୍କ ମହାସପ୍ତମୀ ପୂଜା। ଏହି ଅବସରରେ କଟକର ସମସ୍ତ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ସପ୍ତମୀ ବିହିତ ପୂଜା ରୀତିନୀତି । ନଦୀ କୂଳରେ ଘଟ ପୂଜା କରାଯାଇ ମା'ଙ୍କୁ ଆବାହନ କରାଯିବାର ପରମ୍ପରା ରହିଛି । ଆଉ ମଧ୍ୟ ନବପତ୍ରିକା ପୂଜା କରାଯାଇଥାଏ । କଦଳୀ ଗଛକୁ ମାଆଙ୍କ ରୂପରେ ବିବେଚିତ କରାଯାଇଥାଏ । ଏଥିରେ ଯୋଡ଼ା ବେଲକୁ ରଖି ଏକ ହଳଦିଆ ଶାଢୀରେ ସଜା ଯାଇଥାଏ । ନବପତ୍ରିକାକୁ ମାଆଙ୍କ ରୂପରେ ପୂଜା କରାଯାଇଥାଏ । କେବଳ ସେତିକି ନୁହେଁ, ମାଙ୍କୁ ନଦୀ କୂଳରୁ ପୂଜା ସାରିବା ପରେ ସଵାରୀ ମଧ୍ୟରେ ମଣ୍ଡପ ନିକଟକୁ ଆଣାଯାଇଥାଏ । ଘଟ ପୂଜା କରିବା ପରେ ମାଙ୍କର ସପ୍ତମୀ ବିହିତ ପୂଜା ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସୂର୍ଯ୍ୟ ପୂଜା ପରେ ଚକ୍ଷୁ ଦାନ କରିବାର ପରମ୍ପରା ମଧ୍ୟ ରହିଛି । ତେବେ ମଣ୍ଡପରେ ଆଜି ଚଣ୍ଡୀ ପାଠ ମଧ୍ୟ ଆରମ୍ଭ ହୋଇଥାଏ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.