Budget Session: ଉଠିଲା ଚାଉଳ ପ୍ରସଙ୍ଗ, ବଳକା ଚାଉଳ ନେବ କିଏ ?

By

Published : Mar 29, 2023, 2:28 PM IST

thumbnail

ଭୁବନେଶ୍ବର: ଆଜି ବିଧାନସଭା ପ୍ରଶ୍ନକାଳରେ ଭୂପିନ୍ଦର ସିଂ ଖରିଫ ଚାଷୀ ପଞ୍ଜୀକରଣ ନେଇ ପ୍ରଶ୍ନ କରିଥିଲେ । 2021-22ରେ କେତେ ଖରିଫ ଚାଷୀ ପଞ୍ଜୀକରଣ କରିଥିଲେ । 2022-23ରେ କେତେ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ଉଭୟ ବର୍ଷ କେଉଁ ଜିଲ୍ଲାରୁ କେତେ ଧାନ କିଣା ହୋଇଛି । ଏଥର ରବି ଫସଲରେ 18 ଲକ୍ଷ ମେଟ୍ରିନ ଟନ ଆସିବ ବୋଲି ଆଶା କରାଯାଉଛି । କେନ୍ଦ୍ର କଣ ଚାହୁଁଛନ୍ତି ଆଉ ଚାଉଳ ନେବେ ନା ନାହିଁ । ବଳକା ଚାଉଳ କୁଆଡେ ଯିବ । ଏ ଦିଗରେ ଆଲୋଚନା କରନ୍ତୁ ବୋଲି କହିଥିଲେ ବିଧାୟକ ଭୂପିନ୍ଦର ସିଂ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ, ''ରାଜ୍ୟରେ ଖରିଫ ଓ ରବି ଋତୁରେ 54 ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ । ସେଥିରୁ 24 ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ । ଆଉ 30 ଲକ୍ଷ ମେଟ୍ରିକ ଟନ ରହିଯାଏ । 

ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ 4 ଲକ୍ଷ ମେଟ୍ରିକ ଟନ ଓ ଦ୍ବିତୀୟ ପର୍ଯ୍ୟାୟରେ 6 ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ବୋଲି ଚିଠି କରିଛି । ଆହୁରି 18 ରୁ 20 ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ବଳି ପଡିବ ତାକୁ କିଏ ନେବ । ସେହିପରି ଆହୁରି କହିଛନ୍ତି ଗତବର୍ଷ କୋଭିଡ ସମୟରେ ଯେଉଁ ଅତିରିକ୍ତ 5 କେଜି ଚାଉଳ ଦିଆ ଯାଉଥିଲା ତେଣୁ ସବୁ ବଳକା ଚାଉଳ ବ୍ୟବହାର ହେଇ ଯାଇଥିଲା । ବର୍ତ୍ତମାନ ସେ 5 କେଜି ଚାଉଳ କାଟି ଦେବା ଫଳରେ ପରୋକ୍ଷ ଭାବେ ଧାନ କିଣାରେ ଏହାର ପ୍ରଭାବ ପଡିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି କଥା କହୁଥିବା ବେଳେ ଉଭୟ ବିଜେପି ଓ ବିଜେଡି ସଦସ୍ୟମାନଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.