ମହୋତ୍ସବ ମଞ୍ଚ ପାଲଟିଲା ବିବାହ ବେଦୀ, ସତସତିକା ସାତ ଜନ୍ମର ସାଥି ହେଲେ ଦମ୍ପତି

By ETV Bharat Odisha Team

Published : Nov 8, 2023, 3:12 PM IST

thumbnail

ରାଇରଙ୍ଗପୁର: ପର୍ବପର୍ବାଣୀ ହେଉ କି କଳା ସଂସ୍କୃତି ମୟୂରଭଞ୍ଜରେ ନିଆରା ସବୁକିଛି । ସେହି ନିଆରାପଣ ନେଇ ଆୟୋଜିତ ହୋଇଛି ମୟୂରଭଞ୍ଜ ମହୋତ୍ସବ । ୧୦ ଦିନର ଏହି ମହୋତ୍ସବରେ ସୋମବାର ୫ମ ସନ୍ଧ୍ୟାରେ ମଞ୍ଚରେ ଅନୁଷ୍ଠିତ ହୋଇଛି ଏକ ସତସତିକା ଆଦିବାସୀ ବିବାହ । ସେ ପୁଣି ଆଦିବାସୀ ସମ୍ପ୍ରଦାୟର ବାହାଘର । ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ବିବାହର ବିଧିକୁ ସର୍ବସାଧାରଣରେ ଜଣାଇବା ନେଇ ମୟୂରଭଞ୍ଜ ମହୋତ୍ସବ ମଞ୍ଚରେ ସତସତିକା ସାନ୍ତାଳୀ ସମ୍ପ୍ରଦାୟର ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ବାହାଘରର ଦୃଶ୍ୟ ଯେତିକି ସୁନ୍ଦର ସେତିକି ରୋମାଞ୍ଚକର ମଧ୍ୟ ଥିଲା । ମୟୂରଭଞ୍ଜ ମହୋତ୍ସବ-୨୦୨୩ ର ମଞ୍ଚ ସାଜିଥିଲା କନିଆଙ୍କ ବିବାହ ବେଦୀ ।  

 ଏହା ମଧ୍ୟ ପଢନ୍ତୁ- ମୟୂରଭଞ୍ଜ ମହୋତ୍ସବ ଉଦଘାଟିତ, ଦୁଲୁକୁଛି ମଞ୍ଚ

ପାରମ୍ପାରିକ ବାଜାବାଣ ନାଚଗୀତ ମଧ୍ୟରେ ଭାଇ କାନ୍ଧରେ ବସି ବର ମଞ୍ଚ ତଳେ ପହଞ୍ଚିଥିଲେ । ସେଠାରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ ବରଣ କରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଆଦିବାସୀ ପରମ୍ପରା ଅନୁଯାୟୀ କନ୍ୟାର ଭାଇମାନେ ଏକ ଝୁଡିରେ କନ୍ୟାକୁ ବସାଇ ବର ପାଖକୁ ଆଣିବା ପରେ ସିନ୍ଦୁର ଦାନ ହୋଇଥିଲା । ମୟୂରଭଞ୍ଜ ମହୋତ୍ସବ ମଞ୍ଚରେ ହଜାର ହଜାର ଦର୍ଶକଙ୍କୁ ସାକ୍ଷୀ ରଖି ସତସତିକା ବିବାହ କରି ସାତ ଜନ୍ମର ସାଥୀ ହୋଇଛନ୍ତି। ତେବେ ଉକ୍ତ ମଞ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କୁଳିଅଣା ବ୍ଲକ ମୁଣ୍ଢାକଟା ଗାଁର ରାଜେନ ମୁର୍ମୁ ଓ ଶୁଳିଆପଦା ବ୍ଲକ ବାଘଡା ଗାଁର ଗୋଲାପୀ ମୁର୍ମୁ । ଏହି ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମହୋତ୍ସବରେ ବିବାହ ଦେଖି ଲୋକେ ବି ବେଶ ଖୁସି ଅଛନ୍ତି  । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.