ମୟୂରଭଞ୍ଜ ମହୋତ୍ସବ ଉଦଘାଟିତ, ଦୁଲୁକୁଛି ମଞ୍ଚ

By ETV Bharat Odisha Team

Published : Nov 3, 2023, 8:49 PM IST

thumbnail

ରାଇରଙ୍ଗପୁର:  ଉଦଘାଟିତ ହୋଇଯାଇଛି ମୟୂରଭଞ୍ଜ ମହୋତ୍ସବ 2023 । ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଚଳିତ ଥର ଷଷ୍ଠ ତମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ । ଗତକାଲି ଏହି ମହୋତ୍ସବ ଉଦଘାଟିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ସ୍ଥିତ ଐତିହାସିକ ଛଉ ପଡ଼ିଆ ଠାରେ  ୧୨ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ହେବ ।

ଆୟୋଜିନ କରାଯାଇଥିବା ଉକ୍ତ ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନା, ପୋଷାକ ସହ ଘରକରଣା ସାମଗ୍ରୀ ଏବଂ ସାରା ଓଡ଼ିଶାରେ ପ୍ରସିଦ୍ଧ ମୟୂରଭଞ୍ଜର ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ଯ ମଜା ଉଠାଉଛନ୍ତି ଦର୍ଶକ । ୨୦୦ରୁ ଉର୍ଦ୍ଧ୍ଵ ଷ୍ଟଲ ମଧ୍ୟ ମହୋତ୍ସବରେ ଖୋଲିଛି । ଏହାସହ ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣ କରାଯାଉଛି । ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' କିଚକେଶ୍ୱରୀ ମନ୍ଦିର ଆକୃତିର ତୋରଣ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ପାଲଟି ଥିବା ବେଳେ ଯୁବପିଢୀଙ୍କ ପାଇଁ ଏକ ସେଲ୍ଫି ଜୋନର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ମୟୂରଭଞ୍ଜ ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଲୋକଙ୍କ ବେଶ ଭିଡ ଦେଖିବାକୁ ମିଳିଛି ।  

ଏହା ମଧ୍ୟ ପଢ଼ନ୍ତୁ.....୨୬ତମ ବେଦବ୍ୟାସ ସଙ୍ଗୀତ ମହୋତ୍ସବ, ଜାତୀୟସ୍ତରର ନୃତ୍ୟ ଓ ସଙ୍ଗୀତ ପରିବେଷଣ

ଆୟୋଜିତ ମୟୂରଭଞ୍ଜ ମହୋତ୍ସବ 2023ର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ସତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଅଧ୍ୟକ୍ଷ ସିନେ ଅଭିନେତା ଅସିତ ପତି, ମହୋତ୍ସବ ସଭାପତି ତଥା ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ସଂଜୀବ ଦ୍ବିବେଦୀ ଓ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଉପସ୍ଥିତ ରହିଥିଲେ । ତେବେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା କଳା ସଂସ୍କୃତିର ଗନ୍ତାଘର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ତେବେ ମୟୂରଭଞ୍ଜ ମହୋତ୍ସବରେ ଓଡ଼ିଆ ସିନେ ଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପପୁ ପମପମ୍, ସ୍ଵରାଜ ବାରିକ, ସନ୍ମିରା, ଅନିମେଶ ଘୋଷ, ଇରା ମହାନ୍ତି , ଅନନ୍ୟା ଶ୍ରୀତମ ନନ୍ଦ ପ୍ରଖୁମ ବହୁ ନାମିଦାମୀ କଳାକାର ଏହି ମଞ୍ଚରେ କଳା ପ୍ରଦର୍ଶନ କରିବେ । ଏହାସହ ସାଧନା ସରଗମ, ଇଣ୍ଡିଆନ ଆଇଡଲ ଫେମ ଅଙ୍କିତା ପାତ୍ରା ପ୍ରମୁଖ ମଧ୍ୟ ଏହି ମଞ୍ଚରେ ଲୋଙ୍କୁ ମନୋରଞ୍ଜନ କରିବେ ।  

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.