ଅନୁଗୋଳରେ ପାଣ୍ଡିଆନଙ୍କ ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ - vk pandian targets Dharmendra

By ETV Bharat Odisha Team

Published : May 14, 2024, 9:24 AM IST

thumbnail
VK Pandian (ETV BHARAT ODISHA)

VK Pandian Targets Dharmendra: ଅନୁଗୋଳ: ନିର୍ବାଚନକୁ ନେଇ ଜାରି ରହିଛି ପ୍ରଚାର । ଅନୁଗୋଳ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ଷ୍ଟାର କ୍ୟାମ୍ପନର ଭିକେ ପାଣ୍ଡିଆନ । ତାଳଚେର ନିର୍ବାଚନ ମଣ୍ଡଳୀରେ ଏକ ସଭାରେ ସାମିଲ ହୋଇ ସେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏଥିସହ କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମ ମାଟିରେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ । ଏଇ ମାଟିର ପୁଅ ହେଇ ମଧ୍ୟ ତାଳଚେର ପାଇଁ  ତାଙ୍କର କୌଣସି ଭୂମିକା ନାହିଁ ବୋଲି କହିଥିଲେ ପାଣ୍ଡିଆନ । ସେ ଆହୁରି ମଧ୍ୟ କହିଥିଲେ ଯେ, ତାଳଚେରରେ ଥିବା କୋଇଲା ଉତ୍ତୋଳନ ସଂସ୍ଥା ଏମସିଏଲ ପୂର୍ବ ବର୍ଷ 13500 କୋଟି ଟଙ୍କା ଲାଭ କରିଥିବା ବେଳେ ଖଜଣା ଏବଂ ଅନ୍ୟାନ୍ୟ ମିଶି 27 ହଜାର 450 କୋଟି କେନ୍ଦ୍ର ସରକାର ପାଇଥିଲେ । କିନ୍ତୁ ରାଜ୍ୟକୁ ମିଳିଥିଲା ରୟାଲ୍ଟି ବାବଦକୁ ମାତ୍ର 4 ହଜାର 5 ଶହ କୋଟି ।କୋଇଲା ବାବଦକୁ 3500 କୋଟି ଏବଂ ଡିଏମଏଫ ବାବଦକୁ 1000 କୋଟି। ମୋଟ 4500 କୋଟି । ଯଦି ରାୟାଲ୍ଟି ରିଭିଜନ ହୋଇଥାନ୍ତା ତାହାଲେ ରାଜ୍ୟ ସରକାରଙ୍କୁ ବର୍ଷକୁ 10 ହଜାର କୋଟି ଏବଂ ଡିଏମଏଫ 2 ହଜାର କୋଟି ମୋଟ 12 ହଜାର କୋଟି ମିଳିଥାନ୍ତା ବୋଲି କହିଥିଲେ ପାଣ୍ଡିଆନ । ହଜାର ହଜାର ସମର୍ଥକଙ୍କୁ ଉଦବୋଧନ ଦେଇ ବିଗତ ଦିନରେ ବିଜେଡି ସରକାର ରାଜ୍ୟବାସୀଙ୍କ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତାଲିକା ପ୍ରକାଶ କରିବା ସହ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଏବଂ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ବିପୁଳ  ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.