ଅନୁଗୋଳରେ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - Pandian Road Show In Angul

By ETV Bharat Odisha Team

Published : May 14, 2024, 8:12 AM IST

thumbnail
ଅନୁଗୋଳରେ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା (ETV Bharat Odisha)

VK Pandian's Mega Road Show: ଅନୁଗୋଳ: ରାଜ୍ୟରେ ସରଗରମ ପ୍ରଚାର ମଇଦାନ । ମାଳ ମାଳ ସଭା ସମିତି ଶୋଭାଯାତ୍ରାରେ କମ୍ପୁଛି ଗାଁଠୁ ସହର  । ଏହି କ୍ରମରେ ଅନୁଗୋଳରେ ବଳ ଦେଖାଇଛି ବିଜେଡି  । ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ସୋମବାର ରାତିରେ ଅନୁଗୋଳ ସହରରେ ମେଗା ରୋଡ ସୋ' କରିଛନ୍ତି  ।  ସେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।  ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏହି ରୋଡ ସୋ'  । ହାଜର ହଜାର ସମର୍ଥକଙ୍କ ଗହଣରେ ଇଣ୍ଡଷ୍ଟ୍ରିଆଲ ଛକରୁ ରୋଡ ସୋ' ଆରମ୍ଭ ହୋଇ ସହର ମଧ୍ୟରେ ପ୍ରାୟ ୫ କିଲୋମିଟର ବ୍ୟାପୀ ଚାଲିଥିଲା  ।  ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ଲୋକଙ୍କୁ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଥିଲେ ପାଣ୍ଡିଆନ ।  

ଏହା ମଧ୍ୟ ପଢନ୍ତୁ: ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରଣବଙ୍କ ପ୍ରଚାର, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର - Pranab Das Election Campaign

ଭିକେ ପାଣ୍ଡିଆନ ସାରା ସହର ପରିକ୍ରମା କରିଥିଲେ  । ଇଣ୍ଡଷ୍ଟ୍ରିଆଲ ଛକରୁ ଆରମ୍ଭ ହୋଇଥିବା ରୋଡ଼ ସୋ' ରାଜ ହୋଟେଲ ଛକ, ସିମିଳିପଡା ଦେଇ ମୋହନ ସାହୁ ଛକ ବାଳିକା ହାଇସ୍କୁଲ ଛକ, ରାଜା ଛକ, ବଜାର ଛକ, ହରିମହୁରୀ ଛକ ଆଦି ବଜାର ଅଞ୍ଚଳ ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଜରିଆରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ବିଜେଡିକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ପାଣ୍ଡିଆନ । ଗୋଟିଏ ଗାଡ଼ିରେ ସେ ରହିଥିବା ବେଳେ ଅନ୍ୟ ଏକ ଗାଡ଼ିରେ ଅନୁଗୋଳ ବିଧାନସଭା ପ୍ରାର୍ଥୀ ସଂଯୁକ୍ତା ସିଂହ ଓ ଅଭିନାଶ ସାମଲ ରୋଡ ସୋ'ରେ ସାମିଲ ହୋଇ ଲୋକଙ୍କୁ ଭୋଟ ମାଗିଥିଲେ ।  

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.