ନୂଆଁଖାଇରେ ନୂଆ ପିନ୍ଧିବେ ନିରାଶ୍ରୟ, ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ପ୍ରଶଂସା

By ETV Bharat Odisha Team

Published : Sep 19, 2023, 2:16 PM IST

thumbnail

ଝାରସୁଗୁଡା: ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୃଷିଭିତ୍ତିକ ଗଣପର୍ବକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ଉତ୍ସବ ପାଳନ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ସମୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ । ନୂଆ ଧାନରେ ଚୁରାକୁରା ଲାଗିବ ମାଁ ସମଲେଶ୍ବରୀଙ୍କ ପାଖରେ । ଏଥିପାଇଁ ଘରେ ଘରେ ଉତ୍ସବର ପରିବେଶ ନଜର ଆସିଛି । ଏହାରି ମଧ୍ୟରେ ନୂଆଁଖାଇ  ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଛି। ନୂଆଁଖାଇରେ ଛାତ୍ରଛାତ୍ରୀ ମାନେ ଯେପରି ନୂତନ ପୋଷାକ ପରିଧାନ କରିବେ ସେଥିପାଇଁ ନୂଆଁଖାଇ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଝାରସୁଗୁଡ଼ା ଓ ବେଲପାହାଡ଼ ଉଭୟ ସ୍ଥାନରେ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ନିଜନିଜ ପସନ୍ଦର ପୋଷାକ କ୍ରୟ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.