ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

By ETV Bharat Odisha Team

Published : Dec 4, 2023, 10:58 PM IST

thumbnail

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଠାରେ ଗତକାଲି ସନ୍ଧ୍ୟାରେ ଏକ ହାଇୱା ଧକ୍କାରେ ପୃଥ୍ୱୀରାଜ ପ୍ରଧାନୀ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କ ଗାଁ କୁଲିହାରୀ ଗ୍ରାମ ବୋଲି ଜଣାପଡିଛି । ସେ ଭବାନୀପାଟଣାରୁ ନିଜ ଘରକୁ ଫେରୁଥିବା ବେଳେ ହାଇୱାଟି ତାଙ୍କୁ ଧକ୍କା ଦେଇଥିଲା ।  ଫଳରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ।  ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । 

ଏହା ମଧ୍ୟ ପଢନ୍ତୁ ... ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ପରିବହନ ବିଭାଗ କରୁଛି ସଚେତନ

ମାତ୍ର  ଆଜି ଦିନ ୪ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ଓ ଗ୍ରାମବାସୀ ମିଶି କ୍ଷତିପୂରଣ ସହ ଅଭିଯୁକ୍ତ ଗାଡ଼ି ମାଲିକ ଓ ଡ୍ରାଇଭରକୁ ଧରିବା ଦାବିରେ ମୃତଦେହ କୁ ବ୍ୟବଚ୍ଛେଦ ପରେ ଜୁନାଗଡ଼ ନେଇ ସେଠାରେ ଥାନା ସମ୍ମୁଖରେ ଯାଇଥିବା ଜାତୀୟ ରାଜପଥ ୨୬ ରେ ମୃତଦେହ ରଖି ଅବରୋଧ କରିଥିଲେ ।  ଜାତୀୟ ରାଜପଥ ଅବରୋଧ ଫଳରେ ବରଗଡ଼ ବାରିଗୁମା ମଧ୍ୟରେ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରିଥିଲେ । 

ଏହା ମଧ୍ୟ ପଢନ୍ତୁ ... ଶୂନ୍ୟ ମୃତ୍ୟୁ ସପ୍ତାହକୁ ଚ୍ୟାଲେଞ୍ଜ ଦେଉଛି ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା କାର, ଜଣଙ୍କ ମୃତ୍ୟୁ

ଇଟିଭି ଭାରତ,  କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.