ETV Bharat / state

ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ପରିବହନ ବିଭାଗ କରୁଛି ସଚେତନ

author img

By ETV Bharat Odisha Team

Published : Dec 4, 2023, 5:37 PM IST

Zero Fatality Week: ଡିସେମ୍ବର ମାସ ପ୍ରଥମ ସପ୍ତାହକୁ ଶୂନ୍ୟ ସଡ଼କ ଦୃର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି । ହେଲେ ପ୍ରଥମ ତିନି ଦିନରେ ଦୁର୍ଘଟଣାରେ ଅନ୍ୟୁନ ୩୨ ଜଣଙ୍କ ଜୀବନ ଯାଇଛି । ଅଧିକ ପଢ଼ନ୍ତୁ

ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ଓଡିଶା ଏସ.ଟି.ଏ କରୁଛି ସଚେତନ
ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ଓଡିଶା ଏସ.ଟି.ଏ କରୁଛି ସଚେତନ

ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ଓଡିଶା ଏସ.ଟି.ଏ କରୁଛି ସଚେତନ

କଟକ: ଡିସେମ୍ବର ମାସ ପ୍ରଥମ ସପ୍ତାହକୁ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି । ଏନେଇ ସମଗ୍ର ରାଜ୍ୟର ଏକ ସ୍ବତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି(ଏସ.ଟି.ଏ) । କିନ୍ତୁ ଏହି ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ମଧ୍ୟରେ ରାଜ୍ୟ ସାରା ପ୍ରତିଦିନ ଜାରି ରହିଛି ସିରିଜ୍ ଦୁର୍ଘଟଣା । ପ୍ରଥମ ତିନି ଦିନରେ ଦୁର୍ଘଟଣାରେ ଅନ୍ୟୁନ ୩୨ ଜଣଙ୍କ ଜୀବନ ଯାଇଛି । ସପ୍ତାହର ପ୍ରଥମ ଦିନରେ ୨୦, ଦ୍ବିତୀୟ ଦିନରେ ୬ ସହ ବେସରକାରୀ ଭାବେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛି ।

ସେପଟେ ଲୋକେ ସଚେତନ ନହେଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ଅସମ୍ଭବ ବୋଲି କହି ହାତ ଟେକି ଦେଲା ରାଜ୍ୟ ପରିବହନ ପ୍ରାଧିକରଣ ବା ଏସ.ଟି.ଏ । ବେପରୁଆ ଭାବେ, ନିଶା ସେବନ କରି ଓ ଅତ୍ୟଧିକ ବେଗରେ ଗାଡ଼ି ଚଳନା କରିବା ହିଁ ସଡକ ଦୁର୍ଘଟଣାର ପ୍ରମୁଖ କାରଣ । କିନ୍ତୁ ଖିଲାପିକାରୀ ମାନେ ଫାଇନ ଭଳି କାର୍ଯ୍ୟାନୁଷ୍ଠାନକୁ ଭୃକ୍ଷେପ କରୁନଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ । ସେଥିପାଇଁ ଲୋକେ ନିଜେ ସଚେତନ ହେଲେ ହିଁ ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକା ଯାଇ ପାରିବ ବୋଲି କହିଛି ଏସ୍‌ଟିଏ । ତେବେ ଲୋକମାନେ ଏଥିପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଛି ଏସ୍‌ଟିଏ ।

ଏହା ମଧ୍ୟ ପଢନ୍ତୁ... ଟ୍ରକକୁ ପିଟିଲା କାର୍: ୨ ମୃତ, ରାଜଧାନୀରେ ୧୦ ଦିନରେ ଗଲାଣି ୬ ମୁଣ୍ଡ

ସଦ୍ୟ ଉଦାହରଣ ଭାବେ ଗଞ୍ଜାମ ଦିଗପହଣ୍ଡିରୁ ପ୍ରାୟ 20 ଜଣ ଲୋକ ଏକ ଭ୍ୟାନରେ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିଲେ । ବାଲିଯୋଡ଼ି ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଆଇରନ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ୱିଙ୍ଗର ଭ୍ୟାନ୍‌ । ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ 7 ଜଣଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ଆଉ ଜଣେ ଶିଶୁ ଆଖି ବୁଜିଥିଲା । ତେବେ ଦୁର୍ଘଟଣା ଖବର ପହଞ୍ଚିବା ପରେ ପରିବାରରେ କାନ୍ଦ ବୋବାଳି ପଡିବା ସହ ସ୍ତବ୍ଧ ହୋଇଯାଇଥିଲା ପୁରା ଗାଁ । ସେହିପରି କିଛି ମାସ ପୂର୍ବେ ଏକ ବିବାହରୁ ଫେରୁଥିବା ବେଳେ ଦିଗପହଣ୍ଡିରେ ଏକ କନ୍ୟାଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ 12 ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଭୁବନେଶ୍ୱରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଟ୍ରକ ସହ କାର୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏତଦ ସହ ଶୂନ୍ୟ ସଡକ ଦୃର୍ଘଟଣା ମୃତ୍ୟୁ ସପ୍ତାହର ପ୍ରଥମ ଦିନରେ ଟ୍ରାଫିକ ଆଇନ ଭଙ୍ଗ ଅପରାଧରେ 2807 ଟି ଇ-ଚାଲାଣ କଟାଯାଇଛି ବୋଲି ପରିବହନ ବିଭାଗ ତରଫରୁ ଜଣାପଡିଛି । ଗତ ୩ ଦିନ ମଧ୍ୟରେ ୩୨ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି, ଯାହା ଦ୍ବାରା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନକୁ ନେଇ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.