ଲୁଟ ଉଦ୍ୟମ ବେଳେ ଗୁଳିକାଣ୍ଡ, ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ

By

Published : May 16, 2023, 8:21 AM IST

thumbnail

ରାଇରଙ୍ଗପୁର : ଲୁଟ ଉଦ୍ୟମ ବେଳେ ଗୁଳିକାଣ୍ଡ। ଲୁଟେରାଙ୍କ ଗୁଳି ମାଡ଼ରେ ଏମସିସି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଆହତ। ଲୁଟେରାକୁ କାବୁ କରି ନିର୍ଦ୍ଧୁମ ପିଟିଲେ ଲୋକେ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବାଇପାସ ଛକ ନିକଟରେ। ଲୁଟ ଘଟଣାକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗୌରବ କୁମାର ଦାସ । ଲୁଟେରାମାନେ ତାଙ୍କଠାରୁ ଲୁଟ କରିବାକୁ ଗୁଳିମାଡ଼ କରିଥିଲେ । ଫଳରେ ଗୌରବଙ୍କ ପେଟରେ ଗୁଳି ବାଜିରୁ ତାଙ୍କୁ ଉଦ୍ଧାର କରାଯାଇ ବହଳଦା ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଟାଟା ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସେପଟେ ଗୁଳିକାଣ୍ଡ ଘଟାଇଥିବା ଲୁଟେରାମାନେ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ କାବୁ କରି ସ୍ଥାନୀୟ ଲୋକେ ମାଡ ମାରିଥିଲେ । ଫଳରେ ଲୁଟେରା ଜଣଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ବହଳଦା ବାଇପାସ୍ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ମିଳିଛି । ଗୁରୁତର ଆହତ ହୋଇଥିବା ଗୌରବ କୁମାର ଦାସ ବହଳଦା ଏମସିସି ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ଗତକାଲି ବହଳଦା ବାଇପାସ୍ ନିକଟରେ ଥିବା ତାଙ୍କ ଘରେ କିଛି ଦୁର୍ବୃତ୍ତ ରାତି 8ଟା 50 ମିନିଟ ସମୟରେ କବାଟ ବାଡେଇ ଥିଲେ । ଏହା ପରେ ଗୁଳିକାଣ୍ଡ ଘଟିଥିଲା । ଘଟଣାସ୍ଥଳରେ ପୋଲିସ 6ଟି ଗୁଳି ଓ ଗୋଟିଏ ମାଉଜର ଜବତ କରିଛି । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.