କିରଗିଜସ୍ତାନରେ ଚମକିଲେ କଳାହାଣ୍ଡିର ସୁନାପୁଅ ଶୁଭମ୍

By ETV Bharat Odisha Team

Published : Dec 7, 2023, 9:32 PM IST

thumbnail

ଭବାନୀପାଟଣା: ଓଡିଶା ପାଇଁ ଗୌରବ ଆଣିଛନ୍ତି କଳାହାଣ୍ଡିର ପୁଅ ଶୁଭମ୍ । କିରଗିଜସ୍ତାନରେ ଏନସିସି ପକ୍ଷରୁ ଚଳିତ ମାସରେ ଆୟୋଜିତ ହୋଇଥିବା ୟୁଥ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅନ୍ତର୍ଗତ କଳାହାଣ୍ଡିର ଶୁଭମ୍ ମହାକୁଡ ଭାରତକୁ ପ୍ରତିନିଧିତ୍ବ କରିଥିଲେ । ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗଣନାଥପୁର ଗାଁର ନିବୀସୀ ଶୁଭମ୍ ମହାକୁଡ ବର୍ତ୍ତମାନ କଳାହାଣ୍ଡିର ମା’ ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟରେ ବିଏସସି ଫିଜିକ୍ସ ପାଠ୍ୟକ୍ରମରେ ଅଧ୍ୟୟନରତ ଅଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଭାରତରୁ ୫ ଜଣ କ୍ୟାଡେଟ ଯାଇଥିବା ବେଳେ ଶୁଭମ୍ ଓଡିଶାରୁ ଏକ ମାତ୍ର ଛାତ୍ର ଭାବରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ  । ସେଠାରେ ସେ ବିଭିନ୍ନ ଆର୍ମି କ୍ୟାମ୍ପ, ମ୍ୟୁଜିୟମ, ଏସିଆନ ପାର୍କ ଆଦି ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଇଥିଲେ  । 

ଏହା ମଧ୍ୟ ପଢନ୍ତୁ ... ପ୍ରତିଶୃତି ରଖିଲାନି ବେଦାନ୍ତ ! କମ୍ପାନୀ ସମ୍ମୁଖରେ ଧାରଣାରେ ମୃତ ଶ୍ରମିକଙ୍କ ପରିବାର

ଶୁଭମ୍ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ବର୍ତ୍ତମାନ ସେ ଦେଶ ସେବା ନିମନ୍ତେ ଆର୍ମିରେ ଯୋଗ ଦେବା ପାଇଁ ନିଜ ଚେଷ୍ଟା ଜାରି ରଖିଛନ୍ତି । ନିଜ ବାପାଙ୍କ ଠାରୁ ପ୍ରେରଣା ପାଇ ଏନସିସିରେ ଅଂଶଗ୍ରହଣ କରିଥିଲେ ଓ ପରେ ପରେ ଅନେକ ଏନସିସି ଅଧିକାରୀ ଓ ସେନାର ଯବାନଙ୍କୁ ଦେଖି ସେ ଦେଶସେବା ପ୍ରତି ମନ ବଳାଇଥିଲେ,  ଯାହା ତାଙ୍କୁ ସଫଳତାର ବାଟ ଦେଖାଇଥିଲା । ଶୁଭମଙ୍କୁ ଏହି ସଫଳତା ପରେ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚନାଯୋଗ୍ୟ ଯେ ଡିଜି ଏନସିସି ତରଫରୁ ସାଧାରଣତନ୍ତ୍ର ଦିବସରେ ମନୋନୀତ ଏନସିସି କ୍ୟାଡେଟ ମାନେ ୧୯ ଟି ଦେଶକୁ ୟୁଥ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଯାଇଥିଲେ  ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.