ସରକାରୀ କ୍ବାଟର୍ସରୁ SDOଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

By ETV Bharat Odisha Team

Published : Dec 8, 2023, 2:45 PM IST

thumbnail

ଭବାନୀପାଟଣା: ସରକାରୀ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୁଖିଗୁଡ଼ା ସରକାରୀ କ୍ୱାଟରରୁ ଜଳସମ୍ପଦ ବିଭାଗର ଏସଡିଓ ରଞ୍ଜିତ କୁମାର କର୍ଜିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଏସଡିଓଙ୍କ ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବୋଲି ଜଣାପଡ଼ିଥିବା ବେଳେ ସେ ଦୀର୍ଘ ୩ ବର୍ଷ ହେଲା ମୁଖିଗୁଡ଼ା ଜଳସମ୍ପଦ ବିଭାଗର ଏସଡିଓ ଭାବରେ କାର୍ଯ୍ୟରତ ଥିଲେ । ଘଟଣାର ପୋଲିସ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ.. ସରକାରୀ କାର୍ଯ୍ୟାଳୟରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ଏସଡିଓ ରଞ୍ଜିତ କୁମାର କର୍ଜି କାର୍ଯ୍ୟାଳୟରୁ ସିଧାସଳଖ ନିଜ ସରକାରୀ ବାସଭବନକୁ ଯାଇଥିବା ବେଳେ ଆଜି ସେ କାର୍ଯ୍ୟାଳୟକୁ ଆସିବାରେ ବିଳମ୍ବ ହେବାରୁ କିଛି କର୍ମଚାରୀ ତାଙ୍କୁ ଦେଖିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାରେ ଦୀର୍ଘ ସମୟ ଧରି ଅଧିକାରୀଙ୍କୁ ଡାକିବା ପରେ କୌଣସି ଉତ୍ତର ନମିଳିବାରୁ ସନ୍ଦେହରେ ଜୟପାଟଣା ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ୱାଟର ଭିତରୁ ଅଧିକାରୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅଧିକାରୀ ଜଣକ ଏକା ରହୁଥିବା ଜଣାପଡିଛି । ତେବେ ଏନେଇ ଅଧିକାରୀଙ୍କ ପରିବାରକୁ ସୂଚନା ଦିଆଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ମୃତଦେହକୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.