ସରକାରୀ କାର୍ଯ୍ୟାଳୟରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

By ETV Bharat Odisha Team

Published : Dec 1, 2023, 9:14 PM IST

thumbnail

ମାଲକାନଗିରି: ସରକାରୀ କାର୍ଯ୍ୟାଳୟରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ ଝୁଲନ୍ତା ମୃତଦେହ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମା ଟେକବାଡି ସାହି ସ୍ଥିତ ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଜଣେ ଯୁବକ ମାଲକାନଗିରି ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ ଝୁଲନ୍ତା ଅବଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । କାର୍ଯ୍ୟାଳୟ ଭିତର କବାଟ ବନ୍ଧ ଥିବାବେଳେ ଭିତରେ ମଦ ବୋତଲ ରଖା ହୋଇଥିବା ଦେଖିବାକୁ ମିଳିଛି ।ତେବେ କିଏ ଏହି ଯୁବକ ଜଣଙ୍କ ଉଠା ଜଳସେଚନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ କେଉଁ କାରଣରୁ କାର୍ଯ୍ୟାଳୟ ପରିସରରେ ଏଭଳି କାଣ୍ଡ ଭିଆଇଲେ ,ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ । କିନ୍ତୁ ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ଛାଡିଛନ୍ତି ।ଯାହାକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଯୁବକଙ୍କ ଶେଷ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ମୃତ୍ୟୁର କାରଣ ସଠିକ ଭାବେ ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟଚ୍ଛେଦ ପାଇଁ ପାଠାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.