ETV Bharat / state

ଚନ୍ଦକା ଜଳଖିଆ ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଘୁଗୁନି ପାଇଁ ମର୍ଡର

author img

By ETV Bharat Odisha Team

Published : Dec 1, 2023, 1:16 PM IST

Gothapatna Murder Case: ଚନ୍ଦକା ଜଳଖିଆ ଦୋକାନୀ ହତ୍ୟା ଘଟଣାର ଫର୍ଦ୍ଦାଫାସ । ଗଙ୍ଗପାଟଣାର ଫଳ ଦୋକାନୀ ମିଥୁନ ଜେନା ଗିରଫ । ସାମାନ୍ୟ ଘୁଘୁନିକୁ ନେଇ ପ୍ରତିଶୋଧ ପରାୟଣ ହତ୍ୟାକାଣ୍ଡ ଘଟାଇଥିବା ସୂଚନା । ଅଧିକ ପଢନ୍ତୁ

ଘୁଗୁନି ପାଇଁ ହତ୍ୟା
ଘୁଗୁନି ପାଇଁ ହତ୍ୟା

ଭୁବନେଶ୍ବର: ଘୁଗୁନି ପାଇଁ ହତ୍ୟା । ଭୁବନେଶ୍ବର ସ୍ଥିତ ଚନ୍ଦକା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ସାମାନ୍ୟ ଘୁଘୁନି ପାଇଁ ପ୍ରତିଶୋଧ ପରାୟଣ ହୋଇ ଗଙ୍ଗପାଟଣାର ଫଳ ଦୋକାନୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସ୍ପଷ୍ଚ କରିଛି । ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । 3 ସପ୍ତାହ ତଳେ ଘଟିଥିଲା ଏହି ହତ୍ୟାକାଣ୍ଡ ।

3 ସପ୍ତାହ ପରେ ଭୁବନେଶ୍ବର ସ୍ଥିତ ଗୋଠପାଟଣା ଛକରେ ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପୋଲିସ ସୂଚନା ଅନୁଯାୟୀ, ଗଙ୍ଗପାଟଣାର ଜଣେ ଫଳ ଦୋକାନୀ ମିଥୁନ ଜେନା ସେହି ଜଳଖିଆ ଦୋକାନର ନିତିଦିନିଆ ଗ୍ରାହକ ଅଟନ୍ତି । ହତ୍ୟାକାଣ୍ଡର ତିନି ଦିନ ପୂର୍ବରୁ ମଧ୍ୟ ସେ ସେହି ଜଳଖିଆ ଦୋକାନକୁ ଖାଇବା ପାଇଁ ଆସିଥିଲେ । ତେବେ ଖାଇବା ସମୟରେ ଦୋକାନ ଭିଡ ଥିବା ବେଳେ 3ରୁ 4 ଥର ଘୁଘୁନି ମାଗିଥିଲେ ମିଥୁନ । ଯାହାକୁ ନେଇ ସସ୍ମିତା କ୍ରୋଧରେ ମିଥୁନଙ୍କୁ ଗାଳି ଦେଇଥିଲେ । ଏହାକୁ ମିଥୁନ ଅପମାନ ମନେ କରି ପ୍ରତିଶୋଧ ପରାୟଣ ହୋଇଉଠିଥିଲେ । ଏପରିକି ତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଗୋଠପାଟଣା ହତ୍ୟା ନେଇ ବଢୁଛି ରହସ୍ୟ, ବ୍ୟବସାୟୀକ ଶତ୍ରୁତା ନାଁ ଆଉ କିଛି ?

ଘଟଣା ଘଟିବାର 3 ଦିନ ପରେ ଅର୍ଥାତ ନଭେମ୍ବର 6 ତାରିଖ ଦିନ ସନ୍ଧ୍ୟା ସମୟରେ ଜଳଖିଆ ଦୋକାନକୁ ଆସି ସସ୍ମିତାଙ୍କୁ ଡାକିଥିଲେ ମିଥୁନ ଜେନା । ଏହାପରେ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲା । ତେବେ ପୋଲିସ ମାମଲାର ବିଭିନ୍ନ ଦିଗରୁ ତଦନ୍ତ କରିଥିଲା । ଏହି ସମୟରେ ସେ ଜାଣିବାକୁ ପାଇଥିଲା ଯେ, ହତ୍ୟାର 1 ଘଣ୍ଟା ପୂର୍ବରୁ ମିଥୁନ ଫଳ ଦୋକାନ କରିଥିବା ସ୍ଥାନର ମାଲିକକୁ ଏନେଇ ଫୋନ କରିଥିଲା । ଜଳଖିଆ ଦୋକାନୀ ସସ୍ମିତା ଘୁଘୁନି ଦେବା ପାଇଁ ତାଙ୍କ ପ୍ରତି କରିଥିବା ଖରାପ ବ୍ୟବହାର ବିଷୟରେ ଜଣାଇବା ସହ ତାଙ୍କୁ ଜୀବନରୁ ମାରିଦେବି ବୋଲି ମାଲିକକୁ କହିଥିଲା ।

ତେବେ ଏନେଇ ଗଙ୍ଗପାଟଣାର ଫଳ ଦୋକାନୀ ତଥା ମିଥୁନ ଜେନାଙ୍କୁ ସନ୍ଦେହ କରି ପୋଲିସ ପଚରାଉଚରା କରିଥିଲା । ପଚରାଉଚରା ବେଳେ ହତ୍ୟା କରିଥିବା ନେଇ ମାନିଥିଲା ମିଥୁନ । ପରେ ପୋଲିସ ତାକୁ ଗିରଫ ସହ ହତ୍ୟାର ବ୍ୟବହୃତ ଛୁରୀ ଜବତ କରିଛି । ଏଥିସହ ଆଇପିସିର ଦଫା ୩୦୨ରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛି ଚନ୍ଦକା ଥାନା ପୋଲିସ ।

ସାମାନ୍ୟ ଘୁଗୁନି ପାଇଁ ଯେ କେବେ କେହି ଏଭଳି ବିଭତ୍ସ ଭାବେ ହତ୍ୟା କରିପାରେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.