ETV Bharat / state

ଗୋଠପାଟଣା ହତ୍ୟା ନେଇ ବଢୁଛି ରହସ୍ୟ, ବ୍ୟବସାୟୀକ ଶତ୍ରୁତା ନାଁ ଆଉ କିଛି ?

author img

By ETV Bharat Odisha Team

Published : Nov 8, 2023, 6:50 AM IST

ଭୁବନେଶ୍ବରର ଗୋଠପାଟଣା ଛକରେ ଜଳଖିଆ ଦୋକାନୀଙ୍କୁ ହତ୍ୟା ଘଟଣାକୁ ନେଇ ବଢୁଛି ସନ୍ଦେହ । ବ୍ୟବସାୟିକ ଶତ୍ରୁତା ନାଁ ଅନ୍ୟ କିଛି କାରଣ ପାଇଁ ହତ୍ୟାକାଣ୍ଡ ଏଯାଏଁ ଗୁମର ଫିଟିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ଗୋଠପାଟଣା ହତ୍ୟା ନେଇ ବଢୁଛି ରହସ୍ୟ
ଗୋଠପାଟଣା ହତ୍ୟା ନେଇ ବଢୁଛି ରହସ୍ୟ

ଗୋଠପାଟଣା ହତ୍ୟା ନେଇ ବଢୁଛି ରହସ୍ୟ

ଭୁବନେଶ୍ବର: କ୍ରାଇମ ହବ ପାଲଟିଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରର ଗୋଠପାଟଣା ଛକରେ ଜଳଖିଆ ଦୋକାନୀଙ୍କୁ ହତ୍ୟା ଘଟଣାକୁ ନେଇ ବଢୁଛି ସନ୍ଦେହ । ବ୍ୟବସାୟିକ ଶତ୍ରୁତା ନାଁ ଅନ୍ୟ କିଛି କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି ? ତାହାର ଏଯାଏଁ ଗୁମର ଫିଟିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଗତକାଲି(ସୋମବାର) ସନ୍ଧ୍ୟା ପାଖାପାଖି 8.30 ସମୟରେ ଭୁବନେଶ୍ବର ଗୋଠପାଟଣା ଛକରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଛକରେ ଥିବା ଜଣେ ଜଳଖିଆ ଦୋକାନୀଙ୍କ ପତ୍ନୀଙ୍କୁ କେହି ଦୋକାନରୁ ଡାକିନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।

ସୂଚନା ଅନୁଯାୟୀ, କଟକ ଗୋବିନ୍ଦପୁର ଅଞ୍ଚଳ ବିଶ୍ବନାଥ ବେହେରା ଓ ତାଙ୍କ ପତ୍ନୀ ସସ୍ମିତା ବେହେରା ମିଶି 8 ମାସ ପୂର୍ବେ ଗୋଠପାଟଣା ଛକ ନିକଟରେ ଏକ ଜଳଖିଆ ଦୋକାନ ଖୋଲିଥିଲେ । ତେବେ ଦୋକାନ କରିବା ପରେ ଭଲ ସମ୍ପର୍କ ଯୋଗୁଁ ଆଖପାଖ ଦୋକାନ ଅପେକ୍ଷା ବ୍ୟବସାୟରେ ତାଙ୍କର ବେଶ ଭଲ ଲାଭ ହୋଇଥିଲା । ଦିନକୁ ପାଖାପାଖି 5ହଜାର ଟଙ୍କାର ଲାଭ ପାଇଥାନ୍ତି ଏହି ଦମ୍ପତି । ଯାହାକୁ ନେଇ ଅନ୍ୟ ବ୍ୟବସାୟୀମାନେ ବିଭିନ୍ନ ସମୟରେ ଇର୍ଷା ହେଉଥିବା ସୂଚନା ରହିଛି । ତେବେ ଦୋକାନ ଭଲ ଚାଲୁଥିବା ସମୟରେ କେନ୍ଦ୍ରାପଡା ଅଞ୍ଚଳର 2 ପ୍ରେମୀ ଯୁଗଳ ଆସି ସେଠାରେ କାମ କରିବା ସହ ରହିବା ପାଇଁ ସସ୍ମିତାଙ୍କୁ ଅନୁରୋଧ କରିଥିଲ । ସସ୍ମିତା ମଧ୍ୟ ସେମାନଙ୍କ ଅନୁରୋଧ ରକ୍ଷା କରି ସେମାନଙ୍କୁ ତାଙ୍କ ଦୋକାନରେ କାମ ଦେଇଥିଲେ । ତେବେ ଆଶ୍ରୟ ନେଇଥିବା ଯୁବକ ଜଣକ ସସ୍ମିତାଙ୍କ ସହ ଭଲ ସମ୍ପର୍କ ନଥିବା ଲୋକଙ୍କ ସହ ମିଶୁଥିବାରୁ ସେହି କଥାରୁ ନେଇ ସସ୍ମିତା ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରୁଥିଲେ । କିଛି ଦିନ ପୂର୍ବେ ସେହି ଯୁବତୀ ଜଣକ ନିଜ ଗ୍ରାମକୁ ଫେରିଯାଇଥିବା ନେଇ ଯୁବକ ଜଣକ କହିଥିଲେ ।

ଏହାମଧ୍ୟ ପଢନ୍ତୁ..ଯୌତୁକ ଜୁଇରେ ଆଉ ଜଣେ ନବବଧୂ, ପ୍ରେମିକ ଘରେ ପ୍ରେମିକାର ଆତ୍ମହତ୍ୟା !

ଏହାମଧ୍ୟରେ ଗତକାଲି ସନ୍ଧ୍ୟା ପାଖାପାଖି 8.30 ସମୟରେ ଦୋକାନ ଚାଲିଥିବା ବେଳେ କେହି ଜଣେ ସସ୍ମିତାଙ୍କୁ ବାହାରକୁ ଆସିବା ପାଇଁ ଡାକିଥିଲେ । ପରେ ସସ୍ମିତା ବାହାରକୁ ଆସିବା ପରେ ଛୁରୀ ଭୁସି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ସସ୍ମିତା ଚିତ୍କାର କରିବାରୁ ହତ୍ୟାକାରୀ ଜଣକ ଫେରାର ହୋଇଯାଇଥିବା ବେଳେ ସସ୍ମିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ମୃତଦେହ ପୋଷ୍ଟମର୍ଟମ କରିବା ସହ ପୋଲିସ ତଦନ୍ତ ଜାରି ରଖିଛି । ବ୍ୟବାସାୟିକ ଶତ୍ରୁତା ନା ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦେଇଥିବାରୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟିଛି, ସମସ୍ତ ଦିଗରୁ ପୋଲିସ ଯାଞ୍ଚ ଜାରି ରହିଛି । ଯାଞ୍ଚ ପରେ ହତ୍ୟା ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ସସ୍ମିତା ଗୁରୁତର ଅବସ୍ଥାରେ ହତ୍ୟାକାରୀକୁ ଚିହ୍ନିଥିବା କହିଥିବା ବେଳେ ତାଙ୍କ ନାଁ କିନ୍ତୁ ପରିପ୍ରକାଶ କରିପାରିନଥିଲେ । ତେବେ ହତ୍ୟାକାରୀ ଜଣକ କେହି ଚିହ୍ନା ପରିଚୟ ମଧ୍ୟରେ ହୋଇଥିବା ନେଇ ସମ୍ପର୍କୀୟ ସନ୍ଦେହ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.