77th Independence Day: ଲଣ୍ଡନରେ ବନ୍ଦେ ମା ତରମ ଗାଇଲେ ପ୍ରବାସୀ ଭାରତୀୟ

By

Published : Aug 15, 2023, 4:36 PM IST

thumbnail

ହାଇଦ୍ରାବାଦ: ଆଜି ଦେଶ ପାଳୁଛି 77ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ସମସ୍ତ ରାଜ୍ୟର ରାଜଧାନୀ ଓ ଦେଶର କୋଣ ଅନୁକୋଣରେ ଉତ୍ତୋଳନ ହୋଇଛି ତ୍ରିରଙ୍ଗା । କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ବର ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟମାନେ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଭାରତକୁ ଶାସନ କରିଥିବା ବ୍ରିଟେନରେ ମଧ୍ୟ ପ୍ରବାସୀ ଭାରତୀୟ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ରାଜଧାନୀ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ହଜାର ହଜାର ପ୍ରବାସୀ ଭାରତୀୟ ଏକାଠି ହୋଇ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ତ୍ରିରଙ୍ଗା ଉତ୍ତୋଳନ କରି ସେମାନେ ‘ବନ୍ଦେ ମାତରମ’ ସଙ୍ଗୀତ ମଧ୍ୟ ଗାନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ:-ମୋଦିଙ୍କ ଭାଷଣରେ କମ୍ପିଲା ଲାଲକିଲ୍ଲା, ଜନ ଗଣ ମନରେ ଗୁଞ୍ଜରିତ ହେଲା ଗଗନ ପବନ

କେବଳ ଲଣ୍ଡନ ନୁହେଁ ବରଂ ପ୍ରାୟ ସମସ୍ତ ଦେଶରେ ଥିବା ଭାରତୀୟ ଦୂତାବାସରେ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଖନ୍ତୁ ଭିଡିଓ 

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.