Mati Anukula Ritual: ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ମାଟି ଅନୁକୂଳ

By ETV Bharat Odisha Team

Published : Sep 23, 2023, 10:29 PM IST

thumbnail

ଢେଙ୍କାନାଳ: ଆସନ୍ତା ଅକ୍ଟୋବର ୨୮ତାରିଖ କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ଅନ୍ୟତମ ପାରମ୍ପରିକ ଉତ୍ସବ ଲଷ୍ମୀପୂଜା । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳର ପ୍ରସିଦ୍ଧ ଲଷ୍ମୀପୂଜା । ଏହା ଢେଙ୍କାନାଳରେ ଦୀର୍ଘ ୧୧ ଦିନ ଧରି ଚାଲିବାକୁ ଥିବାବେଳେ ପରମ୍ପରା ମୂତାବକ ଆଜି ରାଧାଷ୍ଟମୀରେ ଲଷ୍ମୀ ପୂଜା ପାଇଁ ଶୁଭ ମାଟି ଅନୁକୂଳ କରାଯାଇଛି । 

ପ୍ରତେକ ବର୍ଷ ଢେଙ୍କାନାଳରେ ୩୭ଟି ମଣ୍ଡପରେ ମା' ଲଷ୍ମୀଙ୍କ ମୃଣମୟ ମୂର୍ତ୍ତି ପୂଜା ପାଇବାର ପରମ୍ପରା ରହିଛି । ଫଳରେ ଆଜି ପବିତ୍ର ରାଧାଷ୍ଟମୀ ଅବସରରେ ମା' ଙ୍କ ମୃଣୟ ମୂର୍ତି ତିଆରି ପାଇଁ ଶୁଭ ମାଟି ଅନୁକୂଳ କରାଯାଇଛି । ତେବେ ପରମ୍ପରା ମୁତାବକ ରାଧାଷ୍ଟମୀରେ ଢେଙ୍କାନାଳର ଲଷ୍ମୀପୂଜା ପ୍ରତିଷ୍ଠାନମାନେ ମଣ୍ଡପରେ ମୂର୍ତ୍ତି ତିଆରି କରିବା ପାଇଁ  ଶୁଭ ମାଟି ଅନୁକୂଳ କରିଥାନ୍ତି । ଏଥିପାଇଁ ଆଜି ଗଣେଶ ବଜାର ପୂଜା କମିଟି ଓ ମିନାବଜାର ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ କରାଯାଇଛି  ।  

ଏହା ମଧ୍ୟ ପଢନ୍ତୁ..କାଶୀ ବିଶ୍ବନାଥ ମନ୍ଦିରରେ ଦିଗଜ କ୍ରିକେଟରଙ୍କ ପୂଜାର୍ଚ୍ଚନା

ଏଥିପାଇଁ ଆଜି ଉଭୟ କମିଟି ପକ୍ଷରୁ ଏକ ପାଟପଟୁଆର ସହ ଏକ ଶୋଭାଯାତ୍ରା ପୂଜା ମଣ୍ଡପରୁ ବାହାରି ବ୍ରାହ୍ମଣୀ ନଦୀ କମଗରା ଘାଟରେ ପହଞ୍ଚିଥିଲେ । ସେଠାରେ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରିଯାଇଥିଲା । ଫଳରେ ଭଜନ କୀର୍ତ୍ତନ ଓ ପୂଜକଙ୍କ ମନ୍ତ୍ର ଧ୍ୱନୀରେ ଢେଙ୍କାନାଲ ସହରର ଠାରୁ ବ୍ରାହ୍ମଣୀ ନଦୀକୂଳ ଯାଏଁ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.