କାଶୀ ବିଶ୍ବନାଥ ମନ୍ଦିରରେ ଦିଗଜ କ୍ରିକେଟରଙ୍କ ପୂଜାର୍ଚ୍ଚନା

By ETV Bharat Odisha Team

Published : Sep 23, 2023, 6:28 PM IST

thumbnail

ଲକ୍ଷ୍ନୋ: ଅଜି ଉତ୍ତରପ୍ରଦେଶର ବାରଣାସୀରେ ଏକ ଅନ୍ତର୍ଜାତୀୟ କ୍ରାକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାରଣାସୀରେ ପହଞ୍ଚିଛନ୍ତି ଭାରତୀୟ ଦଳର ବହୁ ପୁର୍ବତ୍ତନ କ୍ରିକେଟର । ଏହି ଷ୍ଟାଡିୟମର ଶିଳାନ୍ୟାସ ପୂର୍ବରୁ କ୍ରିକେଟରମାନେ କାଶୀ ବିଶ୍ବନାଥଙ୍କ ପାଖରେ ପହଞ୍ଚି ଦର୍ଶନ କରିଥିବା ଦେଖିବାକୁ ମିଳିଛି । କ୍ରିକେଟର ମିଷ୍ଟର ବ୍ଲାଷ୍ଟର ସଚିନ ତେନନ୍ଦୁଲକର , ସୁନୀଲ ଗାଭାସ୍କର ଏବଂ କପିଲ ଦେବ ବାରଣାସୀରେ ପହଞ୍ଚି କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଜଳାଭିଷେକ କରିଥିଲେ ।  

ଏହା ମଧ୍ୟ ପଢନ୍ତୁ..ପ୍ରଧାନମନ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆ ଜର୍ସି ଗିଫ୍ଟ ଦେଲେ ତେନ୍ଦୁଲକର

ସୂଚନା ଯୋଗ୍ୟ,ଏହି ଷ୍ଟାଡିୟମ ତିଆରି ପାଇଁ ଜମି ଅଧିଗ୍ରହଣ ନିମନ୍ତେ 121 କୋଟି ଟଙ୍କା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରିଥିବାବେଳେ  ବିସିସିଆଇ 330 କୋଟି ଟଙ୍କା ଖର୍ଚ୍ଚ କରିବ । ଏହି ଷ୍ଟାଡିୟମର ଥିମାଟିକ୍ ଆର୍କିଟେକ୍ସଚର ଭଗବାନ ଶିବଙ୍କ ଉପରେ ଆଧାରିତ ହେବ । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ତ୍ରିଶୁଳ ଆକୃତିର ଫ୍ଲଡ ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା ସୁବିଧା, ବେଲ ପତ୍ର ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏହି ଷ୍ଟାଡିୟମରେ 30,000 ଦର୍ଶକ ବସିବାର କ୍ଷମତା ରହିବ । 30 ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ପ୍ରାୟ 450 କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ କରାଯିବ । ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.