ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ

By

Published : May 29, 2023, 6:50 AM IST

thumbnail

ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଉଠ ଉଠ ହେ ମଣିମା ହୁଅ ସଦୟ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତ୍ୟେକ ଦିନ ହୋଇଥାଏ ମଙ୍ଗଳ ଆଳତୀ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ପରେ ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ଘଣ୍ଟ ଘଣ୍ଟା, ଶଙ୍ଖନାଦ ଦୀପ ଓ ମନ୍ତ୍ରୋଚାରଣ କରାଯାଇ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ପ୍ରଭାତରୁ ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । ଏହା ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଏହି ଆଳତୀ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଥିଲା । କାଳିଆର କଳା ଶ୍ରୀମୁଖକୁ ଦେଖି ଭାବ ବିହ୍ବଳ ହୋଇପଡିଥିଲେ ଭକ୍ତ । କିଏ ତାକୁ ବଡ ଠାକୁର ତ ଆଉ କିଏ ସ୍ନେହରେ କାଳିଆ ବୋଲି ଡାକେ। 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.