ETV Bharat / politics

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଶେଷ, ବିଜୟୀ ନେଇ ଆଶାବାଦୀ ପ୍ରାର୍ଥୀ - Second Phase Election Campaign

author img

By ETV Bharat Odisha Team

Published : May 18, 2024, 8:14 PM IST

Odisha Second Phase Election Campaign Ends: ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । 20 ତାରିଖରେ ପଡିବ ଭୋଟ । ବିଜୟୀ ହେବା ନେଇ ଆଶା ବାନ୍ଧିଛନ୍ତି ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

2ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଶେଷ
2ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଶେଷ (ETV Bharat Odisha)

2ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଶେଷ (ETV Bharat Odisha)

ବଲାଙ୍ଗୀର: ଦେଶର ପଞ୍ଚମ ତଥା ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ସରିଛି ପ୍ରଚାର । ବଲାଙ୍ଗୀରରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବାଳେ ଆଜି ଥିଲା ପ୍ରଚାରର ଅନ୍ତିମ ଦିନ । ଲୋକଙ୍କ ପ୍ରିୟଭାଜନ ହେବା ପାଇଁ ଦିନରାତି ଏକ କରିଥିବା ସବୁ ପ୍ରାର୍ଥୀ ଏବେ ବହୁମତ ମିଳିବା ନେଇ ଆଶାବାଦୀ ।

ବଲାଙ୍ଗୀର ଆଜି ନିର୍ବାଚନ ପ୍ରଚାର ସରିଛି । ଦୁଇ ଦିନ ଅର୍ଥାତ 20 ତାରିଖରେ ପଡିବ ଭୋଟ । ବଲାଙ୍ଗୀର ଜିଲ୍ଲାର 5ଟି ବିଧାନସଭା କ୍ଷେତ୍ର ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼, ଲୋଇସିଂହା ଓ କଣ୍ଟାବାଞ୍ଜି ସହିତ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ସଂସଦୀୟ କ୍ଷେତ୍ର ପାଇଁ ହେବ ଭୋଟ ଗ୍ରହଣ । ବଲାଙ୍ଗୀର ଓ ସୋନପୁର 7ଟି ବିଧାନସଭା ଓ ସଂସଦୀୟ କ୍ଷେତ୍ର ପାଇଁ ମୈଦାନରେ ଅଛନ୍ତି ଏକାଧିକ ଦଳର ପ୍ରାର୍ଥୀ । ମୋଟ 13 ଲକ୍ଷ 29 ହଜାରରୁ ଊର୍ଦ୍ଧ୍ବ ଭୋଟର ସେମାନଙ୍କ ନେତା ବାଛିବେ । ମୋଟ 1548ଟି ପୋଲିଂ ବୁଥରେ ଭୋଟର କରିବେ ମତଦାନ । ନିୟୋଜିତ ହେବେ 10 ହଜାର 271 ସରକାରୀ କର୍ମଚାରୀ । ସେହିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସର ମଧ୍ୟ କଡା ବ୍ୟବସ୍ଥା ରହିବ ।

ସେହିପରି ବଲାଙ୍ଗୀର ଜିଲ୍ଲା 5ଟି ବିଧାନସଭା କ୍ଷେତ୍ରରେ ପଟଣାଗଡ ବିଧାନସଭା କ୍ଷେତ୍ରରୁ 9ଜଣ ପ୍ରାର୍ଥୀ, ବଲାଙ୍ଗୀରରେ 6 ଜଣ, ଲୋସିଂହାରେ 7 ଜଣ, ଟିଟିଲାଗଡ଼ରେ 6ଜଣ ଓ କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋଟ 11 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ମୋଟ 10 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ଯେଉଁଥିରେ ସବୁ ଦଳ ଓ ପ୍ରାର୍ଥୀମାନେ ବିଭିନ୍ନ ଢଙ୍ଗ ଓ ମାଧ୍ୟମରେ ପ୍ରଚାର କରିଥିଲେ । ସେହିପରି ସବୁ ପ୍ରାର୍ଥୀ ନିଜର ଏଜେଣ୍ଡାକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ । ଏବେ ସେମାନେ ସମସ୍ତେ ଖୁବ ଆଶାବାଦୀ ଲୋକେ ତାଙ୍କୁ ଭୋଟ ଦେବେ ।

ଏହା ମଧ୍ୟ ପଢ଼ନ୍ତୁ...ଲୋକସଭା ନିର୍ବାଚନ: ଥମିଲା ପ୍ରଚାର, ୨୬ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ - Campaigning Ends For Second Phase

ତେବେ ଏନେଇ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ, ସେ ବିକାଶର ଓ ପରିବର୍ତ୍ତନର ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯାଇଥିଲେ । ତାଙ୍କୁ ଲୋକଙ୍କ ସମର୍ଥନ ମିଳିଥିଲା । ସେହିପରି ସେ ଆଶା କରିଛନ୍ତି ଯେ, ତାଙ୍କୁ ଭୋଟର ଗ୍ରହଣ କରି ଭୋଟ ଦେବେ ଓ ସେ ଜୟଯୁକ୍ତ ହେବେ । ସମାନ ଭାବରେ ବିଜେପି ନେତା ଗୋପାଲଜି ପାଣିଗ୍ରାହୀ ମଧ୍ୟ ତାଙ୍କର ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯାଇଥିଲେ । ଲୋକ ଖୁବ ସମର୍ଥନ ଦେବା ସହ ତାଙ୍କୁ ଭୋଟ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.