ETV Bharat / bharat

ଲୋକସଭା ନିର୍ବାଚନ: ଥମିଲା ପ୍ରଚାର, ୨୬ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ - Campaigning Ends For Second Phase

author img

By ETV Bharat Odisha Team

Published : Apr 24, 2024, 9:37 PM IST

Updated : Apr 25, 2024, 11:39 AM IST

Campaigning Ends
Campaigning Ends

Campaigning Ends For Second Phase: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ଶେଷ ହୋଇଛି । ୨୬ରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାରରେ କମ୍ପୁଥିବା ପ୍ରଚାର ମଇଦାନ ଏବେ ଶାନ୍ତ ପଡ଼ିଛି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଭିକ୍ଷା କରିଥିଲେ ବହୁ ହେଭିୱେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ଇଣ୍ଡିଆ ମେଣ୍ଟ ମଧ୍ୟ କରିଥିଲା ଶକ୍ତି ପ୍ରଦର୍ଶନ । ରବିବାର ରାଜସ୍ଥାନରେ ବିଜେପି ପାଇଁ ପ୍ରଚାର ବେଳେ ମୋଦି ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।

ବର୍ତ୍ତମାନ ଜନସଭା ଓ ଲାଉଡ୍ ସ୍ପିକର ବଜାଇବା ଉପରେ ରୋକ୍ ଲାଗିଛି । ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ମତଦାନର ୪୮ ଘଣ୍ଟା ପୂର୍ବରୁ ସାର୍ବଜନିକ ସଭା ସମିତି କରାଯାଇପାରିବ ନାହିଁ । ସେହିପରି ଲାଉଡ ସ୍ପିକର ମାଧ୍ୟମରେ ଦଳୀୟ ପ୍ରଚାର ମଧ୍ୟ ବାରଣ କରାଯାଇଛି । ଟେଲିଭିଜନ କିମ୍ବା କୌଣସି ଇଲେକ୍ଟ୍ରୋନିକ ମିଡିଆରେ ପ୍ରଚାର ପ୍ରସାର କରିବା ନିଷେଦ୍ଧ ରହିଛି । ଏସବୁ ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ନିର୍ବାଚନ କମିଶନ ।

ଆସନ୍ତା ୨୬ ତାରିଖରେ ହେବ ଲୋକସଭାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୧୨ଟି ରାଜ୍ୟ ସମେତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ ଗ୍ରହଣ ହେବ । ମୋଟ୍ 88 ଲୋକସଭା ଆସନରେ ମତଦାନ ଗ୍ରହଣ କରାଯିବ । ଫୋକସରେ ରହିଛି କେରଳର ୱାୟନାଡ ଆସନ । ଏହି ଆସନ ପାଇଁ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ହେବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ସେ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି ।

ଏହା ବି ପଢନ୍ତୁ...ପରଦା ନୁହେଁ ମଇଦାନରେ ଭାଗ୍ୟ ପରୀକ୍ଷା, ନିର୍ବାଚନ ଲଢୁଛନ୍ତି ଏସବୁ ଷ୍ଟାର - FILM STARS LOK SABHA ELECTION

କେରଳ ବାମଦଳର ଗଡ଼ ହୋଇଥିବାବେଳେ ରାହୁଲଙ୍କ ପାଇଁ ଏହି ଆସନ ଗୁରୁତ୍ବ ବହନ କରୁଛି । ସିପିଆଇ ନେତା ଡି.ରାଜାଙ୍କ ପତ୍ନୀ ଏନି ରାଜା ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି ଅନେକ ହେଭିୱେଟ୍ । ମଥୁରା ଆସନରୁ ବିଜେପି ପ୍ରାର୍ଥୀ ରହିଛନ୍ତି ହେମାମାଳିନୀ ଓ ମେରଟରୁ ଅରୁଣ ଗୋଭିଲ ମଧ୍ୟ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢିବେ । ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ୩ ଲୋକସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଁଓରୁ ପ୍ରାର୍ଥୀ ହୋଇଛନ୍ତି ।

Last Updated :Apr 25, 2024, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.