ETV Bharat / state

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, କହିଲେ ଜଗନ୍ନାଥଙ୍କ ଆଶୀର୍ବାଦରୁ ବିଜେପି ସରକାର କରିବ - Rajasthan CM In Puri

author img

By ETV Bharat Odisha Team

Published : May 18, 2024, 8:15 PM IST

Rajasthan CM Visits Jagannath Temple: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ଓଡ଼ିଶାରେ ଓ ଦେଶରେ ବିଜେପି ସରକାର କରିବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ଅଧିକ ପଢନ୍ତୁ

Rajasthan CM
Rajasthan CM (ETV Bharat Odisha)

Rajasthan CM (ETV Bharat Odisha)

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ପୁରୀ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏଥିସହ ମା' ବିମଳା, ମା' ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଭାବବିହ୍ୱଳ ହୋଇଥିବା ଗଣମାଧ୍ୟମକୁ କହିଛନ୍ତି । ଦେଶବାସୀଙ୍କ ମଙ୍ଗଳ ଓ ସମୃଦ୍ଧି ନେଇ ସେ ମହାପ୍ରଭୁଙ୍କ ନିକଟରେ କାମନା କରିଥିବା ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ବିଜେପି ସରକାର କରିବ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି, "ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଦେଶରେ ଓ ଓଡ଼ିଶାରେ ବିଜେପି ସରକାର ଗଠନ କରିବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର ଗଠନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଏହାଦ୍ବାରା ସାରା ବିଶ୍ଵରେ ଭାରତର ଗୌରବ ବଢିବ । ତେବେ ଜଗନ୍ନାଥ ମହାପ୍ରଭୁଙ୍କ କୃପା ଦେଶବାସୀଙ୍କ ଉପରେ ଥାଉ । ସମସ୍ତେ ସୁସ୍ଥ ଓ ଖୁସି ରୁହନ୍ତୁ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ।

ଏହା ବି ପଢନ୍ତୁ...୨୦ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ମହାପ୍ରଭୁଙ୍କୁ ଦର୍ଶନ ପରେ କରିବେ ରୋଡ ସୋ’ - PM Modis Puri Road Show Programme

ସେହିପରି ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ବଡ଼ଦାଣ୍ଡରେ ରୋଡ ସୋ' କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦେଖିବା ପାଇଁ ସବୁ ବର୍ଗର ଲୋକେ ଉତ୍ସାହିତ ଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ତେବେ "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଓଡି଼ଶା ଉପରେ ବ୍ୟାପକ ପ୍ରଭାବ ପକାଇବା ସହ ବିଜେପି ଓଡି଼ଶାରେ ସରକାର ଗଠନ କରିବ" ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଛନ୍ତି ।

ସେହିପରି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦାୟିତ୍ଵହୀନତା ମନୋଭାବକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଓଡ଼ିଶାରେ ଏଭଳି ସରକାର ଅଛି ଯିଏ ମହାପ୍ରଭୁଙ୍କୁ ପ୍ରତି ଏଭଳି ଅବହେଳା ମନୋଭାବ ରଖିଛି। ତେବେ ମହାପ୍ରଭୁ ଏହାର ନିଶ୍ଚିତ ଜବାବ ଦେବେ। ଆଗାମୀ ଦିନରେ ମହାପ୍ରଭୁଙ୍କ କୃପାରୁ ଭଲ ସ୍ଥିତି ଆସିବ ଓ ବିଜେପି ଓଡ଼ିଶାରେ ସରକାର ଗଠନ କରିବ ।"


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.