ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା କାର ବୋଝୋଇ କଣ୍ଟେନର, ଭାଙ୍ଗିଲା ରେଳ ବ୍ୟାରିକେଡ

By ETV Bharat Odisha Team

Published : Sep 28, 2023, 10:24 PM IST

thumbnail

ବାଲେଶ୍ୱର: ସହରେ ଘଟିଛି ଏକ ବଡ ଦୁର୍ଘଟଣା ଯେଉଁଥିରେ ଏକ କଣ୍ଟେନର ରେଲ ଲାଇନ ଭିରକୁ ପସି ଯାଇଥିବାବେଳେ ଗୋଟିଏ କାର ଓଲଟି ଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ 2 ଜଣ ସାମାନ୍ୟ ଆହ ହୋଇଥିବାବେଳେ କେହି ମୃତହାତ ହୋଇନଥିବା ସୂଚନା ମିଳିଛି । ନିଶ୍ଚିତ ଭାବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି  । 

ସୂଚନା ଅନୁସାରେ, ରେମୁଣା ଗୋଲେଇ ନିକଟରେ ଥିବା ମାରୁତି କାର ସୋରୁମରୁ ଜଣେ ବ୍ୟକ୍ତିି ଏକ ଟେଷ୍ଟ ଡ୍ରାଇଭ କାର ନେଇ ଟେଷ୍ଟ କରୁଥିଲେ । ଏହି ସମୟରେ ବାମପଦା ଛକ ନିକଟରେ ଥିବା ରେଳ ଲାଇନ ପାଖରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ହଠାତ ଉକ୍ତ  କାର ଉପରକୁ ମାଡିଯିବା ଭୟରେ ବାମ ପଟକୁ ଷ୍ଟିଅରିଂ ମୋଡି ଦେଇଥିଲେ ଡ୍ରାଇଭର ଫଲରେ କଣ୍ଟେନରଟି ସେଠାରେ ଥିବା ରେଳ ବେରିକେଡ ଆଡକୁ ମାଡିଯାଇଥିଲା । ଅନ୍ୟପଟେ କାରଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯେଉଁଥିରେ ବସିଥିବା ଜଣେ ଗ୍ରାହକ ଓ ସୋରୁମ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । 

ଏହା ମଧ୍ୟ ପଢନ୍ତୁ...ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଦୁର୍ଘଟଣାଗ୍ରସ୍ତ କଣ୍ଟେନରଟି ରେଳ ବେରିକେଡ ଭାଙ୍ଗି ରେଳ ଧାରଣା ଉପରେ ପଡିଥିବା ଯୋଗୁ୍ଁ ରେଳ ବିଭାଗ ତୁରନ୍ତ କ୍ରେନ ଦ୍ୱାରା କଣ୍ଟେନର ସେଠାରୁ ହଟାଇ ଦିଆଯାଇଥିଲା । ଏହି ରେଳ ଲାଇନରେ ଦିନକୁ ଗୋଟିଏ କିମ୍ବା ଦୁଇଟି ମାଲ ବୋଝେଇ ଟ୍ରେନ ଯାତାୟତ କରୁଥିବାରୁ ଏହି ଦୁର୍ଘଟଣା ବେଳେ ସୌଭାଗ୍ୟବଶତଃ କୌଣସି ଟ୍ରେନ ଆସୁନଥିଲା। ନଚେତ ଆଉ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା । ପୋଲିସ ଦୁର୍ଘଟଣାଗ୍ରସ୍ତ କଣ୍ଟେନର ଜବତ କରି ତଦନ୍ତ ଆରମ୍ଭ କରିଛି । ଉକ୍ତ କଣ୍ଟେନର ଭିତରେ ନୂଆ କାର ଭର୍ତ୍ତି ହୋଇ ଟ୍ରାନ୍ସପୋର୍ଟ ହେଉଥିବା ଜଣାପଡ଼ିଛି ।

ଇଟିଭି ଭାରତ,ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.