ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା, ଉତ୍ସବମୁଖର ଷ୍ଟିଲ ସିଟିର ବିଭିନ୍ନ ପୂଜା ମଣ୍ଡପ

By ETV Bharat Odisha Team

Published : Oct 22, 2023, 8:08 PM IST

thumbnail

ରାଉରକେଲା: ରାଉରକେଲା ଧୁମଧାମରେ ପାଳନ ହେଉଛି ମା'ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ସେକ୍ଟର ଏକ ପୂଜା ମଣ୍ଡପରେ ରୀତିନୀତି ଅନୁସାରେ ମା'ଙ୍କ ଆରାଧନା କରାଯାଇଛି । ମା'ଙ୍କ ମହାଅଷ୍ଟମୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା । ଏହି ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ରାଜସ୍ଥାନର ଉମେଦ ଭବନର ଏକ ବିଶାଳ ତୋରଣ ନିର୍ମାଣ କରାଯାଇଛି  । ବ୍ରତଧାରୀମାନେ ମା' ଦୁର୍ଗାଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରିଛନ୍ତି । ଷ୍ଟିଲ ସିଟିରେ ଦଶହରା ପୂଜା ଏକ ଭାଇଚାରା ପର୍ବରେ ପରିଣତ ହୋଇଛି ।

ଏହି ଉତ୍ସବକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ରାଉରକେଲା ଏକ ହୋଇଛନ୍ତି । ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା କରାଯାଇଛି । ଏହା ସହ ବିଭିର୍ନ ପୂଜା ମଣ୍ଡପ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି  । ରାଉରକେଲା ସହରରେ ଦୁର୍ଗା ପୂଜା ଦେଖିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହା ସହ ପ୍ରଶାସନ ପକ୍ଷରୁ ମା'ଙ୍କ ଶୃଙ୍ଖଳିତ ଦର୍ଶନ୍ନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.