ପୀଠରେ ଦଶମୀ, ମହାସରସ୍ଵତୀ ବେଶରେ ଦର୍ଶନ ଦେଲେ ମା' କଟକଚଣ୍ଡୀ

By ETV Bharat Odisha Team

Published : Oct 23, 2023, 10:00 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶରତ କାଳୀନ ଷୋହଳ ଦିନାତ୍ମକ ବେଶରେ ଦର୍ଶନ ଦେଉଛନ୍ତି ମା' ।  କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ମହାସରସ୍ୱତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପହଡ଼ ଫିଟିବା ମାତ୍ରେ ଶ୍ରଦ୍ଧାଶୁମାନେ ମା'ଙ୍କୁ ଦର୍ଶନ କରିଥିଲେ । ତେବେ ମା' କଟକ ଚଣ୍ଡୀଙ୍କ ପୀଠରେ ଆଜି ଭକ୍ତମାଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ହୋମଯଜ୍ଞ ଓ ଚଣ୍ଡୀପାଠରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବର୍ଷକରେ ଥରେ ମା'ଙ୍କ ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଛନ୍ତି ।

କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି । ଘଣ୍ଟଘଣ୍ଟା ଶବ୍ଦରେ ପ୍ରକମ୍ପିତ ହେଉଛି କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର । ନବରାତ୍ର ପୂଜା ଚାଲୁଥିବାରୁ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦେଖିବାକୁ ପାଉଛନ୍ତି ଭକ୍ତ । ଦୁର୍ଗାପୂଜା ଅବସରରେ ମା' ଚଣ୍ଡୀଙ୍କ ନିକଟରେ ନବରାତ୍ର ପୂଜା ଚାଲିଛି । ଏହାସହ ଷୋଡଶ ଉପଚାରରେ ଏହି ମହାସରସ୍ୱତୀ ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ ଜମିଥିଲା । ଏହି ପବିତ୍ର ବେଶ ସମୂହ ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇ ମାଆଙ୍କ ବିସର୍ଜନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିାଏ । ଶେଷ ଦିନରେ ଅର୍ଥାତ ଆସନ୍ତାକାଲି ମାଆ ମହିଷାମର୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.